କେରଳରେ ଉଦ୍‌ଘାଟିତ ହେଲା ଦେଶର ପ୍ରଥମ ଡିଜିଟାଲ ଓ୍ୱାର୍ଡ ପଞ୍ଚାୟତ
Khabar Odisha:countrys-first-digitalised-panchayat-ward-in-kerala
କୋଟ୍ଟାୟମ୍‌,ଏପ୍ରିଲ୨୯(ଖବର ଓଡିଶା): କେରଳର କୋଟ୍ଟାୟମ ଜିଲ୍ଲାରେ ଦେଶର ପ୍ରଥମ ଡିଜିଟାଲ ଓ୍ୱାର୍ଡ ପଞ୍ଚାୟତର ଆରମ୍ଭ ହୋଇଛି । କେନ୍ଦ୍ର ମନ୍ତ୍ରୀ କୃଷ୍ଣପାଳ ଗୁର୍ଜର ଶନିବାର ଦିନ ଏହାର ଉଦ୍‌ଘାଟନ କରିଛନ୍ତି । ୧୫ ନମ୍ବର ଓ୍ୱାର୍ଡ ଏହି ପଞ୍ଚାୟତଟି ଅୟମନମ ଗ୍ରାମ ପଞ୍ଚାୟତର ଏକ ଅଂଶ।
 
ଗୁର୍ଜର ଅୟମନମର ଓ୍ୱେବ୍‌ସାଇଟ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଓ୍ୱେବ୍‌ସାଇଟ୍‌ର ହୋମ୍‌ପେଜ୍‌ରେ ଇଂରାଜୀରେ ନରେନ୍ଦ୍ର ମୋଦିଙ୍କ ଏକ ବାର୍ତ୍ତା ଦିଆ ଯାଇଛି । ଏହାଛଡା ଅନ୍ୟ ସବୁ ବିବରଣୀ ମାଲାୟାଲମ୍‌ ଭାଷାରେ ଅଛି । ଏହି ଅବସରରେ ଗୁର୍ଜର କହିଛନ୍ତି ଏହି ଓ୍ୱାର୍ଡ ପଞ୍ଚାୟତ ଦେଶର ପ୍ରଥମ ଡିଜିଟାଲ ଓ୍ୱାର୍ଡ ପଞ୍ଚାୟତ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନରେ ଏହା ଏକ ବଡ ପଦକ୍ଷେପ ।
 
ମନ୍ତ୍ରୀ ଗୁର୍ଜର ଓ୍ୱାର୍ଡ ମେମ୍ବର ଦେବକୀଙ୍କ ପ୍ରଶଂସା ମଧ୍ୟ କରିଥିଲେ । ଦେବକୀ ଓ୍ୱାର୍ଡରେ ରହୁଥିବା ୪୨୩ ପରିବାରର ୧୨୬୨ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସୂଚନା ଓ୍ୱେବ୍‌ସାଇଟ୍‌ରେ ଅପ୍‌ଲୋଡ କରିଛନ୍ତି । ଏ ସମସ୍ତ ଲୋକଙ୍କର ସୂଚନା କେବଳ ଗୋଟିଏ କ୍ଲିକ୍ ଦ୍ୱାରା ମିଳିପାରିବ । ଓ୍ୱେବ୍‌ସାଇଟ୍‌ରେ ରକ୍ତ ଦାନ କରୁଥିବା ଲୋକଙ୍କ ନାମ ଓ ଫୋନ୍‌ ନମ୍ବର ମଧ୍ୟ ରହିଛି । 
  • Tags:

Subscribe

National International State Sports Entertainment