ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୂଚିରେ ସ୍ଥାନ ପାଇବ ଚିଲିକା
Khabar Odisha:chilika-placed-in-world-tourism-list
ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକାକୁ ଦିଆଯିବ ଗୁରୁତ୍ୱ । ୪ ସପ୍ତାହ ମଧ୍ୟରେ ତିଆରି ହେବ ମାଷ୍ଟର ପ୍ଲାନ୍‌। ରମ୍ଭା,ମଙ୍ଗଳାଯୋଡି ଓ ସାତପଡାକୁ ଅଧିକ ଆକର୍ଷଣୀୟ କରାଯିବ। ପର୍ଯ୍ୟଟନର ସ୍ୱତନ୍ତ୍ର ଯୋନ୍‌ ଭାବେ ଏହି ସ୍ଥାନଗୁଡିକରେ ୧୦ ପ୍ରକାରର ବିଶ୍ୱ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ। ଏଭଳି କାମ ପାଇଁ ରାଜ୍ୟ ସରକାର ଆଇପି ଗ୍ଲୋବାଲ କନ୍‌ସଲ୍‌ଟାନ୍ସିକୁ ଦାୟିତ୍ୱ ଦେଇଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।
 
ଓଡିଶାର ପୁରୀ,ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାରେ ଖେଳେଇ ହୋଇ ରହିଥିବା ଏହି ହ୍ରଦ ରାମସର ସାଇଟ୍‌ରେ ସ୍ଥାନ ପାଇଛି । ପ୍ରତିବର୍ଷ ୧୫୦ରୁ ଉର୍ଦ୍ଧ୍ୱ ପ୍ରଜାତିର ଲକ୍ଷ ଲକ୍ଷ ବ୍ରାଜକ ପକ୍ଷୀ ଚିଲିକାକୁ ଆସନ୍ତି । ୧୩୨ ଖଣ୍ଡ ଗାଁର ଦେଢ଼ଲକ୍ଷ ମତ୍ସ୍ୟଜୀବି ପରିବାରର ଭାତହାଣ୍ଡି ସାବ୍ୟସ୍ତ ହୋଇଥିବା ଚିଲିକାର ଜୈବିକ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।
 
ଚିଲିକା ହ୍ରଦରେ ନୌବିହାର ସହ ପକ୍ଷୀ ଅଭୟାରଣ୍ୟ,ନଳବଣ,ଡଲଫିନ୍‌ ପାଇଁ ସାତପଡା,କାଳିଜାଇ ଓ ଛୋଟବଡ ଅନେକ ଦୀପପୁଞ୍ଜ ପର୍ଯ୍ୟଟକମାନଙ୍କ ପାଇଁ ପ୍ରିୟ ସ୍ଥାନ ହୋଇ ରହିଛି । ପ୍ରକୃତିର ବୈଭବକୁ ଅତୁଟ ରଖି ଏହାର ପାରିପାର୍ଶ୍ୱିକ ଅଞ୍ଚଳକୁ ବିକଶିତ ପାଇଁ ମାଷ୍ଟର ନକ୍ସାର ଆବଶ୍ୟକତା ଥିଲା । ଚିଲିକାର ପରିବେଶ ସୁସ୍ଥ ରହିଲେ ପର୍ଯ୍ୟଟକମାନଙ୍କର ସମାଗମ ବଢ଼ିବ ବୋଲି ବହୁ ପରିବେଶବିତ୍‌ କହି ଆସୁଥିଲେ । ଆଇପି ଗ୍ଲୋବାଲର ମାଷ୍ଟର ନକ୍ସା ପ୍ରସ୍ତୁତ ହେଲା ପରେ ପ୍ରକୃତ ରୂପରେଖ ଜଣାପଡିବ ।
  • Tags:

Subscribe

National International State Sports Entertainment