ଖାଦ୍ୟ ଖୁଆଇବାକୁ ଯାଇ କୁମ୍ଭୀରର ଶିକାର ହେଲେ ମହିଳା ବୈଜ୍ଞାନିକ
Khabar Odisha:ajab-khabar-Odisha-female-scientist--eaten-alive-by-crocodile-indonesia
ଇଣ୍ଡୋନେସିଆ,ଜାନୁଆରୀ ୧୫(ଖବର ଓଡ଼ିଶା):

 ଇଣ୍ଡୋନେସିଆ ଉତ୍ତର ଦିଗ ସୁଲୋବେଶୀରେ ଏକ ବିଚିତ୍ର ଖବର ସାମନାକୁ ଆସିଛି । ଏଠାକାର ଜଣେ ମହିଳା ଗୋଟିଏ ୧୭ ଫୁଟ ଲମ୍ବା ବିଶିଷ୍ଟ କୁମ୍ଭୀରକୁ ମାଂସ ଖୁଆଇବାକୁ ଯାଇଥିବା  ବେଳେ କୁମ୍ଭୀରର ଶିକାର ହୋଇଯାଇଛନ୍ତି । ଦ୍ୱିତୀୟ ଦିନରେ ତାଙ୍କ ଶରୀରର ଏକ ଭାଗ ଅଂଶ କୁମ୍ଭୀରର ମୁହଁରୁ ମିଳିଥିଲା ।

କୁମ୍ଭୀରର ଶିକାର ହୋଇଥିବା ମହିଳାଜଣକ ପେଶାରେ ଜଣେ ବୈଜ୍ଞାନିକ ଥିଲେ ଓ ସେ ଇଣ୍ଡୋନେସିଆର ରିସର୍ଚ୍ଚ ଫେସିଲିଟିରେ କାର୍ଯ୍ୟ କରୁଥିଲେ । ୪୪ ବର୍ଷୀୟ ଡ଼େଜୀ ତୁବା ଲେବରେ ଗୋଟିଏ ବଡ଼ କୁମ୍ଭୀରକୁ ଖାଦ୍ୟ ଖୁଆଇବାକୁ ଯାଇଥିଲେ। ଏହା ପରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ପର ଦିନ ସକାଳେ  ରିସର୍ଚ୍ଚ ଫେସିଲିଟିର କର୍ମଚାରୀ ଜଣେ କୁମ୍ଭୀରକୁ ଦେଖି ଆବାକ ହୋଇପଡ଼ିଥିଲେ । ମହିଳାଙ୍କ ଶରୀରର ଏକ ଭାଗ କୁମ୍ଭୀର ମୁହଁରେ ମିଳିଥିବା ବେଳେ ଶରୀରର କିଛି ଅଂଶ ପାଣିରେ ଭାସୁଥିଲା । ଏହା ପରେ ୱାଇଲ୍ଡ ଲାଇଫ ଉଦ୍ଧାରକାରୀ ଟିମ ଓ ପୋଲିସକୁ ଏହାର ଖବର ଦିଆଯାଇଥିଲା । ଉଦ୍ଧାରକାରୀ ଦଳ କୁମ୍ଭୀରକୁ ପାଣିରୁ ବାହାର କରି ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଅଂଶକୁ ଉଦ୍ଧାର କରିଥିଲେ। ମେଡ଼ିକାଲ ଟେଷ୍ଟ ପରେ ସୁନିଶ୍ଚିତ ହୋଇଥିଲା ଯେ କୁମ୍ଭୀର ହିଁ ମହିଳା ବୈଜ୍ଞାନିକୁ ଖାଇଛି ।

କୁମ୍ଭୀରକୁ ୮ଫୁଟ ପାଚେରୀ ବିଶିଷ୍ଟ ପୁଲରେ ରଖାଯାଇଥିବା ବେଳେ ଏପରି ଘଟଣା କେମିତ ଘଟିଲା ସଭିଙ୍କୁ ଚକିତ କରୁଛି । ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ଯେ କୁମ୍ଭୀର ମହିଳାଟିକୁ ଟାଣିଛି ନା ସେ ପୁଲକୁ ଖସି ପଡିଥିଲେ। କୁହାଯାଏ ଯେ ସେହି କୁମ୍ଭୀର ଅନ୍ୟ କୁମ୍ଭୀରଙ୍କୁ ଆକ୍ରମଣ କରୁଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ରେସ୍ୟୁ ସେଣ୍ଟରର ମାଲିକକୁ ଖୋଜାଯାଉଛି ଯିଏ ଜାପାନର ଜଣେ ବିଜେନେସ ମ୍ୟାନ । ସେ କିପରି କୁମ୍ଭୀରକୁ ସେଠାରେ ରଖିବାକୁ ପରାମର୍ଶ ଦେଇଥଲେ ବୋଲି ଯାଂଚ କରାଯାଉଛି ।  

Subscribe

National International State Sports Entertainment