ବିରିଆନି ଖାଇ ଟଙ୍କା ନଦେବାରୁ ଦୋକାନୀ କଲା ଏପରି ଅବସ୍ଥା, ଆସନ୍ତୁ ଦେଖିବା
Khabar Odisha:ajab-khabar-Odisha-customer-did-not-have-money-after-eating-biryani-shopkeeper-made-video-man-remove-his-clothes
ଭୁବନେଶ୍ୱର ,ଜାନୁଆରୀ ୨୭(ଖବର ଓଡ଼ିଶା):

ଯଦି ଖାଇବା ପ୍ରତି ଆପଣଙ୍କର ଅଧିକ ଦୁର୍ବଳତା ଥାଏ କିମ୍ବା ଆପଣ ଅଧିକ ଖାଦ୍ୟ ପ୍ରିୟ ଅଟନ୍ତି ତେବେ ସ୍ଵାଦିଷ୍ଟ ଖାଦ୍ୟର ମଜା ନେବା ପାଇଁ ପାଖରେ  ଟଙ୍କା ଥିବା ଦରକାର। ଯଦି ପାଖରେ ଟଙ୍କା ନଥାଇ ହୋଟେଲରେ ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କର କଣ ଅବସ୍ଥା ହେବ ତାହା ଜାଣି ପାରୁଥିବେ।  ପଶ୍ଚିମବଙ୍ଗର ହୁଗଳୀ ଜିଲ୍ଲାରେ ଠିକ୍ ଏହି ପରି ଏକ ଘଟଣା ଘଟିଛି। ଜଣେ ଯୁବକ ବିରିଆନି  ଖାଇବା ପରେ ଟଙ୍କା ନଦେବାରୁ ଦୋକାନୀ ତାଙ୍କର ଅବସ୍ଥା ଏମିତି କରିଛନ୍ତି ଯାହାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି। 

ଲୋକଙ୍କୁ ସାଧାରଣତଃ ବିରିଆନି ଖାଇବାକୁ ଭଲ ଲାଗେ । ବେଳେ ବେଳେ ଏହି ସବୁ ଜିନିଷ ଆପଣଙ୍କ ପାଇଁ ଦୁଃଖର କାରଣ ପାଲଟିଥାଏ। ଜଣେ ଯୁବକ ମହମ୍ମଦ ମୁସ୍ତଫା ନାମକ ଏକ ବ୍ୟକ୍ତିଙ୍କ ବିରିଆନୀ ଦୋକାନରେ ପେଟପୂରା ବିରିଆନି ଖାଇଥିଲା । ସେ ଗୋଟିଏ ପ୍ଲେଟ ନୁହେଁ ଏକା ସହ ତିନି ପ୍ଲେଟ ଖାଇଥିଲା । ଯାହାର  ମୂଲ୍ୟ ୨୧୦ଟଙ୍କା ଥିଲା। କିନ୍ତୁ ବ୍ୟକ୍ତିଙ୍କ ପାଖରେ ଏତେ ଟଙ୍କା ନଥିଲା। ତେଣୁ ସେ ଦୋକାନୀକୁ ଟଙ୍କା ଦେଇ ପାରିନଥିଲେ। ଫଳରେ ଦୋକାନୀ କ୍ରୋଧାନ୍ଵିତ ହୋଇ ଯୁବକଙ୍କ ଡ୍ରେସ କାଢି ଏକ ଭିଡ଼ିଓ ତିଆରି କରିଥିଲେ। 

ଏହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ପରେ ସ୍ଥାନୀୟ କିଛି ଲୋକ ଓ ବ୍ୟବସାୟୀ  ଚାନ୍ଦା ଆକାରରେ ଟଙ୍କା ଆଦାୟ କରି ସେହି ଦୋକାନକୁ ଦେଇଥିଲେ । ଟଙ୍କା ଦେବା ପରେ ସେଠାରୁ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣା ଯୁବକ ଜଣକୁ ବେଶ ମର୍ମାହତ କରିଛି। 

Subscribe

National International State Sports Entertainment