ତ୍ରିପୁରା ନିର୍ବାଚନ ଫଳାଫଳ ନେଇ ଭାଇରାଲ ହେଉଛି ମଜାଦାର ଟ୍ୱିଟ : ଭାରତ-୩୫, ଚୀନ-୨୪, ଇଟାଲୀ-୦
Khabar Odisha:Tripura-Election-Twitter-Jokes

 ଭୁୁବନେଶ୍ୱର, ୦୩ ମାର୍ଚ (ଖବର ଓଡିଶା) – ତ୍ରିପୁରା ନିର୍ବାଚନରେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ପରାଜୟ ଓ ଭାରତୀୟ ଜନତା ପାର୍ଟିର ବିଜୟରେ ପରେ ଲୋକମାନେ ବିଭିନ୍ନ ପ୍ରକାର ଟ୍ବିଟ ଦ୍ବାରା ସେମାନଙ୍କର ମତାମତ ଦେଇଥିବା ବେଳେ ଫଳାଫଳକୁ ଏକ ଭିନ୍ନ ପ୍ରକାରରେ ପରିଭାଷିତ କରିଥିବା ଏକ ଟ୍ୱିଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

@squintneon ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ନିର୍ବାଚନର ଆସନ ଫଳାଫଳ ଦର୍ଶାଇବାକୁ ଯାଇ ଭାରତ - ୩୫, ଚୀନ-୨୪, ଇଟାଲୀ -୦ ବୋଲି ପୋଷ୍ଟ କରାଯାଇଛି । ଏଥିରେ କେଜରି ସାରଙ୍କ ଆସନ ସ୍ଥାନରେ ଭଲ ପାଇବାର ଚିହ୍ନ ଦିଆ ଯାଇଛି ।

ଏହି ଟ୍ୱିଟର ଏକାଉଂଟଧାରୀଙ୍କ ସମର୍ଥକ ମାନେ ଏହାକୁ ଖୁବ ପ୍ରଶଂସା କରିଛନ୍ତି । କମ୍ୟୁନିଷ୍ଟ ମାନଙ୍କ ପାଇଁ ଭାରତ ନୁହେଁ ବରଂ ଚୀନ ପ୍ରେରଣାର ଉତ୍ସ ହୋଇଥିବାରୁ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟୀ ସ୍ଥାନରେ ଏହି ପୋଷ୍ଟରେ ଚୀନ ବୋଲି ଉଲ୍ଲେଖ କରା ଯାଇଛି । ସେହି ପରି କଂଗ୍ରେସ ଦଳକୁ ଏହି ପୋଷ୍ଟରେ ଇଟାଲୀ ବୋଲି ଉଲ୍ଲେଖ କରାଯାଇଛି ।

ଏହା ବାଦ ଏହି ପୋଷ୍ଟରେ କେଜରୀବାଲଙ୍କ ପାଇଁ ୟୁନିଭର୍ସ ଶବ୍ଦ ପ୍ରୟୋଗ କରି ଥିଲେ ଠିକ ହୋଇଥାନ୍ତା ବୋଲି ଜଣେ କମେଂଟ କରି କଟାକ୍ଷ କରିଛନ୍ତି ।

  • Tags:

Subscribe

National International State Sports Entertainment