ବିଧାନସଭାରେ ମନ୍ତ୍ରୀଙ୍କ ବିତଣ୍ଡା ଉତର : ବ୍ଲାକରୋଜ ଜାହାଜ ବୁଡିବାରୁ ପ୍ରଦୁଷଣ ନାହିଁ
Khabar Odisha:Black-Rose-Vessel-Bobby-Das-Odisha-Assembly

 ଆଶ୍ଚର୍ଯ୍ୟ ଜନକ ଭାବେ ବିଧାନସଭାରେ ପରିବେଶମନ୍ତ୍ରୀଙ୍କ ଉତର ବ୍ଲାକରୋଜ ଜାହାଜ ବୁଡିଲା ପରେ କୌଣସି ପ୍ରଦୂଷଣ ହୋଇନାହିଁ । ସମୁଦ୍ରରେ ଯେତେବେଳେ କୌଣସି ଜାହାଜ ବୁଡେ ସେତେବେଳେ ସମୁଦ୍ର ଓ ତଟବର୍ତୀ ସମୁଦ୍ରକୂଳରେ ଗଭୀର ଭାବେ ପରିବେଷ ପ୍ରଦୁଷଣ ହୁଏ ଏକଥା ସମସ୍ତେ ଜାଣନ୍ତି । ହେଲେ ରାଜ୍ୟ ସରକାରଙ୍କର ଖାତାରେ ବ୍ଲାକରୋଜ ଜାହାଜ ବୁଡିବା ପରେ କିଛି ପ୍ରଦୂଷଣ ହୋଇନାହିଁ କିପରି ଏହା ଏକ ବଡ ପ୍ରଶ୍ନ । ବ୍ଲାକରୋଜ ଜାହାଜ କାହାର ଏବଂ କେଉଁ ଅଦୃଶ୍ୟ ଶକ୍ତି ପାଇଁ ଏକ ବୃହତ ଜାହାଜ ବୁଡିବା ପରେ ବି ସରକାର ଏପରି ଅବାସ୍ତବ କଥା କହିଛନ୍ତି ତାହା ଜାଣିବା ଏବେ ସମସ୍ତଙ୍କ ପାଇଁ କୌତୁହଳ ହୋଇପଡିଛି ।

 

ଏକ ବୃହତ ମାଲବୋଝେଇ ଜାହାଜ ଲୁହା, ଆଜବେଷ୍ଟସ, ଆଲୁମିନିୟମ ଆଦିରେ ତିଆରି ହୋଇଥାଏ । ସେହିପରି ବ୍ଲାକରୋଜ ଜାହାଜରେ ଲୁହାପଥର ବୋଝେଇ ହୋଇଥିଲା । ସମୁଦ୍ରର ଲୁଣ ପାଣି ଏହି ସବୁ ଜିନିଷରେ ବାଜିବାରୁ ଲୁହାରେ କଳଙ୍କି ଲାଗିବା ସହ ଅନ୍ୟାନ୍ୟ ରାସାୟନିକ ପ୍ରତିକ୍ରିୟା ହୋଇଥାଏ । ଯାହାର ପ୍ରଭାବ ଜୈବ ବିବିଧତା ଉପରେ ଗଭିର ଭାବେ ପଡିଥାଏ । ସାମୁଦ୍ରିକ ପ୍ରାଣୀ ଓ ଜୈବମଣ୍ଡଳ ଆଦି ପ୍ରଭାବିତ ହୁଏ । ହେଲେ ମନ୍ତ୍ରୀ କେମିତି କହିଲେ କି ବ୍ଲାକରୋଜ ଜାହାଜ ବୁଡିବା କାରଣରୁ କୌଣସି ପ୍ରଦୂଷଣ ହୋଇନାହିଁ ତାହା ଏବେ ସନ୍ଦେହରେ ।

 ଏଠାରେ ଉଲ୍ଲେଖ୍ୟ ଯୋଗ୍ୟକି ପୂର୍ବରୁ ବ୍ଲାକରୋଜ ଜାହାଜରେ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ଅର୍ଥ ଲାଗିଥିଲା ବୋଲି ଦାମ ରାଉତ କହିଥିଲେ ଆଉ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଆର୍ଶୀବାଦ କାରଣରୁ ଏହି ବ୍ଲାକରୋଜ ଜାହାଜର ତଦନ୍ତକୁ ଅଟକାଗଲା । ଏବେ ସେହି ମାମଲା ସିବିଆଇରେ ପଡିଛି ।

Subscribe

National International State Sports Entertainment