ସମୟ ପୂର୍ବରୁ ଦାନ୍ତ ଉଠିଲା ବୋଲି କୁକୁର ସହ ୬ ମାସର ଶିଶୁ କନ୍ୟାର ବିବାହ
Khabar Odisha:6-Months-old-girl-merry-with-dog

ଢେଙ୍କାନାଳ, ଜାନୁଆରୀ ୧୬(ଖବର ଓଡ଼ିଶା) : ଜଣେ ଶିଶୁର ନିର୍ଦ୍ଦାରିତ ସମୟ ପୂର୍ବରୁ  ଦାନ୍ତ ଉଠିଲା । ଏହାକୁ ନେଇ ପରିବାର ଓ ଗାଁରେ ଲୋକେ ଅନେକ କଥା କହିଲେ । ଏହାକୁ ଅଶୁଭ ଶକୁନ ବୋଲି କୁହାଗଲା । ପ୍ରମାଦ ଗଣିଲେ ପରିବାର । ଶେଷରେ ପ୍ରଚଳିତ ବିଶ୍ୱାସ ଅନୁଯାୟୀ ପୂର୍ବରୁ ଦାନ୍ତ ଉଠିଥିବା ୬ମାସର ଶିଶୁକନ୍ୟାକୁ ଏକ କୁକୁର ଛୁଆ ସହ ବିବାହ କରାଗଲା । ଏଭଳି ଅଭୁତ ବିଶ୍ୱାସ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନବ୍ଲକ ମଠକରଗୋଳା ପଂଚାୟତ ଅନ୍ତର୍ଗତ ଥୋରିଆଛନ୍ଦା ସାହିରେ । 

ମକର ସଂକ୍ରାନ୍ତି ପର ଦିନ ଶିଶୁଙ୍କୁ ଚେଙ୍କ ଦେବା ସହ ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ବିବାହ ଦେବାର ପରମ୍ପରା ଏହି ଆଦିବାସୀ ବହୁଳ ଗାଁ ଟିରେ ରହିଛି । ପରମ୍ପରାକୁ ମାନି ଚଳି ଆସୁଥିବା ଏହି ଗ୍ରାମରେ ଏଭଳି ଘଟଣା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଥିବା କୁହାଯାଉଛି ।

ସୂଚନା ଅନୁସାରେ  ଗ୍ରାମର ବାଇଧର ମୁଣ୍ଡାଙ୍କ ୬ ମାସର ଶିଶୁ କନ୍ୟାର ଦାନ୍ତ ଉଠିଲା, ପୂର୍ବରୁ ଦାନ୍ତ ଉଠିଥିବାରୁ ତାହା ଶିଶୁର ସ୍ୱାସ୍ଥ୍ୟ ପାଇଁ ଖରାପ ଦର୍ଶାଗଲା । ପ୍ରାୟଶ୍ଚିତ ସ୍ୱରୂପ କୁକୁର ସହ ତାର ବିବାହ କରିଦିଆଗଲା । ଝିଅଟିକୁ ନୁଆ ପୋଷାକ ପିନ୍ଧାଯାଇଥିଲା । କୁକୁର ଛୁଆଟିଏ କୁ ଧରି ଆଣି ତାକୁ ଗାଧୋଇ ଦିଆଯାଇଥିଲା । ବିବାହ ଜାକଜକମରେ ହେଲା । ନାଚ ଗୀତ ଓ ଭୋଜି ଭାତ ମଧ୍ୟ ପରଷା ଗଲା । ସାହି ପଡ଼ୋଶୀ ସାମିଲ ହୋଇଥିବା ଦେଖାଯାଇଥିଲା । 

 

  • Tags:

Subscribe

National International State Sports Entertainment