ଅସହ୍ୟ ଖରାର ସିଝୁଛି ସାରା ଓଡିଶା । ଏମିତିକି ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୩ ଡିଗ୍ରୀ ଉପରେ ରହିଛି । ଏଭଳି ପରିସ୍ଥିତିରେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଶୁକ୍ରବାର ଭୁବନେଶ୍ୱରର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ ୩୦ରୁ ମେ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୀକ୍ଷା ଚ୍ୟାଲେଞ୍ଜ୍ ହୋଇପଡ଼ିଛି ବୋଲି ଛାତ୍ରୀମାନେ ଯୁକ୍ତି ବାଢ଼ିଛନ୍ତି। ଏହାସହିତ ଛାତ୍ରୀମାନେ ଯିବା ଆସିବା ଏବଂ ପର୍ୟ୍ୟାପ୍ତ ହଷ୍ଟେଲ ସୁବିଧା ସହିତ ଅନ୍ୟାନ୍ୟ ଅସୁବିଧାକୁ ଗୁରୁତ୍ୱାରୋପ କରିଛନ୍ତି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବୈଠକ ସତ୍ତ୍ୱେ ସେମାନଙ୍କ ଦାବିର ସମାଧାନ ହୋଇନଥିବାରୁ ଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ପରୀକ୍ଷା ସ୍ଥଗିତ ରଖିଥିବା ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ପରୀକ୍ଷା କାର୍ୟ୍ୟସୂଚୀ ବଦଳାଇବାକୁ ଦାବି କରିଛନ୍ତି।
ଅଧିକ ପଢନ୍ତୁ : ପୁଣି ଅଂଶୁଘାତରେ ଗଲା ଜଣଙ୍କ ଜୀବନ