ସମ୍ବଲପୁର ବିଜେପି ମିଶ୍ରଣ ପର୍ବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଅନେକ ଯୁବବର୍ଗ ବିଜେପିରେ ସାମିଲ ହୋଇଥିଲେ । ସବୁବେଳେ ଏକ ହୋଇ କାମ କରିବା ସହ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ ପ୍ରଧାନ ମିଶ୍ରଣ ପର୍ବ ରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ସାଢେ ୪ କୋଟି ଓଡ଼ିଆଙ୍କ ଉନ୍ନତି ଆମର ସ୍ୱପ୍ନ ବୋଳି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ମୂଳ ପ୍ରସଙ୍ଗ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଓଡ଼ିଆଙ୍କ ଭବିଷ୍ୟତ । ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ।
ଜୁନ୍ ୧୦ରେ ରାଜ୍ୟରେ ବିଜେପି ସରକାର ହେବ । ମୋଦୀ ଯାହା କହନ୍ତି ତାହା କରନ୍ତି । ଏହା ସମସ୍ତଙ୍କୁ ଜଣା । ଖାଲି ଭଡ଼ାଟିଆ ଜାଣିପାରୁନି । ପ୍ଲେନରେ ଭିଡିଓ କରି ଦିବାସ୍ୱପ୍ନ ବୋଲି କହୁଛନ୍ତି । ଅପରପକ୍ଷରେ ଓଡ଼ିଶାବାସୀଙ୍କୁ ସୁବିଧା ଦେବା ପାଇଁ ବିଜେପି ପାଖରେ ସ୍ୱପ୍ନ ଅଛି । ଓଡ଼ିଶାରେ ପାନୀୟ, ଜଳସେଚନ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ରୋଜଗାର ଦେବା ପାଇଁ ବିଜେପି ଆଖିରେ ସ୍ୱପ୍ନ ଅଛି ବୋଳି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ଙ୍କ ସମେତ ବହୁ ବରିଷ୍ଠ ବିଜେପି ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ :ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ