ଓଡିଶାରେ ପାଖେଇ ଆସିଲାଣି ନିର୍ବାଚନ । ଏହି ନିର୍ବାଚନ ପର୍ବ ପାଇଁ ଚାରିଆଡେ ପ୍ରବଳ ଚେକିଂ ଚାଲିଛି । ବଲଙ୍ଗାର ଜିଲ୍ଲାର ଦେଓଗାଁ ରାସ୍ତାରେ ବିଜାଖମନ ନିକଟରୁ ନଗଦ 5 ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ରହିଛି । ନିର୍ବାଚନ ପାଇଁ ବଲାଙ୍ଗିର ପୋଲିସ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଥିବା ବେଳେ ଏଥିରେ ମିଳିଛି ବଡ ସଫଳତା ।କାର ଭିତରୁ ନଗଦ 5 ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ଫ୍ଲାଇଂ ସ୍କୃାଡକୁ ହସ୍ତାନ୍ତର କରିଛି ପୋଲିସ । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।
ଗତ ସପ୍ତାହରେ ମଧ୍ୟ ବରଗଡ଼ ସୋହେଲା ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ବେଳେ ସାଢେ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା। ଲୁହୁରାଚଟିରେ ପୋଲିସ ଓ FST ଟିମ ମିଳିତ ଭାବେ ଜୋରଦାର ଚେକିଂ କରୁଥିବା ବେଳେ ଏକ ଟାଟା ସୁମୋ ଗାଡ଼ିକୁ ଅଟକାଇଥିଲେ । ପରେ ଚେକିଂ କରିବା ବେଳେ ଗାଡିରୁ ସାଢେ ୭ଲକ୍ଷ ଟଙ୍କା ମିଳିଥିଲା। ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କୁଆଡେ ଯାଉଥିଲା, ସେନେଇ ଚାଳକ ସ୍ପଷ୍ଟ ସୂଚନା ଦେଇନପାରିବାରୁ ପୋଲିସ ଟଙ୍କା ଜବତ କରିଛି। ଲୋକସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ବି ଜୋରଦାର ହେଉଛି । ତେବେ ନିର୍ବାଚନ ପୂର୍ବରୁ ଧରାପଡ଼ିଛି ପୁଳାପୁଳା ଟଙ୍କା।
ଅଧିକା ପଢନ୍ତୁ: ଟ୍ରକ୍ ସହ ବାଇକ ମୁହାଁ ମୁହିଁ ଧକ୍କା