ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁ ନିକଟରେ ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ତେବେ ମୃତ ଯୁବକ ଜଣକ ହେଲେ ଶୁଣ୍ଢିମୁଣ୍ଡା ଗାଁର ଭୂଦେଵ ଗହୀର ବୋଲି ଜଣାପଡିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ତେଣୁ ପରିବାର ଲୋକେ ଓ ଗ୍ରାମବାସୀ ମିଶି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି।
ସୂଚନା ଅନୁସାରେ , ଆଜି ସକାଳୁ ସକାଳୁ ଭୂଦେଵ ଉଠି ଶୌଚ ହେବା ପାଇଁ ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ ସେ ହୁରୁତର ଆହତ ହୋଇପଡିଥିଲେ। ତେଣୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେଣୁ ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ମିଶି ଶୁଣ୍ଢିମୁଣ୍ଡା ଗାଁ ଛକରେ ରାସ୍ତାରୋକ କରିଛନ୍ତି। ଫଳରେ ନୂଆପଡା ଜିଲ୍ଲା ଖଡ଼ିଆଳରୁ କଳାହାଣ୍ଡି ଜିଲ୍ଲାକୁ ଯାତାୟତ ଠପ୍ ହୋଇଯାଇଛି। ତେଣୁ ଘଟାନସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛି।