କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଚଳିତ ଆଇପିଏଲର ୪୨ ତମ ମ୍ୟାଚ । ଘରୋଇ କୋଲକାତା ନାଇଟ ରାଇଡ଼ର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ । କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲରେ ଭଲ ଫର୍ମରେ ଅଛି । କୋଲକାତା ନିଜ ଶେଷ ମ୍ୟାଚରେ ବେଙ୍ଗାଲୁରୁକୁ ୧ ରନରେ ପରାସ୍ତ କରିଥିଲା। ଏଥି ସହିତ ପଞ୍ଜାବ କିଙ୍ଗ୍ସ ପଏଣ୍ଟ ଟେବୁଲରେ ୯ ମ ସ୍ଥାନରେ ରହିଛି ଏବଂ ୮ ଟି ମ୍ୟାଚରୁ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ କୋଲକାତା ନାଇଟ ରାଇଡର୍ସ ୭ ଟି ମ୍ୟାଚରୁ ୫ ଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟସ ଟେବୁଲର ଦ୍ଵିତୀୟ ସ୍ଥାନରେ ରହିଛି ।
କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନେକ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିଛି । ଶୁକ୍ରବାର ମଧ୍ୟ ଏଠାରେ ବର୍ଷା ହେଉଥିବାର ଦେଖିବାକୁ ମିଳିଥିଲା । କୋଲକାତାରେ ଦ୍ରୁତ ବୋଲରଙ୍କ ଇକୋନୋମି ୧୦.୭୪ ଥିବାବେଳେ ସ୍ପିନରଙ୍କ ଇକୋନୋମି ୯.୩୧ ରହିଥାଏ । ଏଠାରେ ସୁନୀଲ ନାରୀନ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନର ଯାଦୁ ଦେଖିବାକୁ ମିଳିଥାଏ । ତେବେ ଇଡେନ ଗାର୍ଡେନ୍ସରେ ପୁଣି ଏକ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ତେବେ ଇଡେନ ଗାର୍ଡେନରେ ସମୁଦାୟ ୯୦ ଟି ମ୍ୟାଚ ଆଇପିଏଲରେ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩୭ ଥର ଜିତିଛି ଏବଂ ଚେଜ କରିଥିବା ଦଳ ୫୩ ଥର ମ୍ୟାଚ ଜିତିଛି । ରେକର୍ଡ ଅନୁଯାୟୀ, ଏହି ଗ୍ରାଉଣ୍ଡରେ ଚେଜ କରୁଥିବା ଦଳ ପାଇଁ ମ୍ୟାଚ ଜିତିବା ସହଜ ହୋଇଥାଏ । ତେବେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇପାରେ । ଏହି ପିଚ୍ ରେ ସର୍ବାଧିକ ସ୍କୋର ୨୩୫ ଥିଲାବେଳେ ସର୍ବନିମ୍ନ ସ୍କୋର ୪୯ ରନ ।
ଅଧିକ ପଢନ୍ତୁ : ହାଇଦ୍ରାବାଦକୁ ୩୫ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ