ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ଏବେ ଅଭିନେତ୍ରୀ ତମନ୍ନା ଭାଟିଆକୁ ସମନ ପଠାଇଛି ମହାରାଷ୍ଟ୍ର ସାଇବର ସେଲ । ମହାଦେବ ବେଟିଂ ଆପ୍ ସହ ଜଡିତ ଏକ ସହାୟତା ଆପର ପ୍ରମୋସନ କରିଥିବା ଅଭିଯୋଗରେ ସାଇବର ସେଲ ତଙ୍କୁ ସମନ ପଠାଇଛି । ରିପୋର୍ଟ ଅନୁସାରେ, ମହାଦେବ ଅନଲାଇନ ଗେମିଂ ଏବଂ ବେଟିଂ ଆପର ଏକ ସହାୟକ ଆପର ପ୍ରମୋସନ କରୁଥିଲେ ତମନ୍ନା ଭାଟିଆ। ଏହି ଆପ୍ ଜରିଆରେ ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ ତମ୍ମନା ଲୋକଙ୍କୁ ପ୍ରୋତ୍ସାହିତ କରିଥିବା ମହାରାଷ୍ଟ୍ର ସାଇବର ସେଲ୍ ଅଭିଯୋଗ କରିଛି।
ବ୍ରଡକାଷ୍ଟରଙ୍କ ଅଭିଯୋଗ ଅନୁଯାୟୀ, କେତେକ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଆପରେ ବେଆଇନ ଭାବରେ ଷ୍ଟ୍ରିମ୍ ହୋଇଥିଲା। ତମନ୍ନାଙ୍କୁ ଆସନ୍ତା ସପ୍ତାହ ମଧ୍ୟରେ ସାଇବର ସେଲ୍ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାରାଷ୍ଟ୍ର ସାଇବର ସେଲ୍ ଏହି ମାମଲାରେ ଗାୟକ ବାଦଶାହ, ଅଭିନେତା ସଞ୍ଜୟ ଦତ୍ତ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମ୍ୟାନେଜରଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିସାରିଛି।
ଅଧିକା ପଢନ୍ତୁ: ‘ଡ୍ରିମ ଗାର୍ଲ ୩’ର ଅଭିନେତ୍ରୀ ସାରା!