ଖବର ଓଡ଼ିଶା: ବିହାରର ଜଣେ ଛାତ୍ରୀ ଆମେରିକାର ପ୍ରତିଷ୍ଠିତ ବର୍ଜିନିଆ ବିଶ୍ୱବିଦ୍ୟାଳୟ ରେ ଉଚ୍ଚଶିକ୍ଷାରେ ପିଏଚଡି କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ବିହାରର ଝିଅ ଚେତନା ଏହି ବିଭାଗରେ ନାମ ଲେଖାଇବାରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ ଛାତ୍ରୀ । ଚେତନା କହିଛନ୍ତି ଯେ ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି । ପ୍ରଫେସରମାନଙ୍କ ସହ ଯୋଗାଯୋଗ କରି ଏବଂ ତାଙ୍କ ରିସର୍ଚ୍ଚ ବିଷୟରେ ଲେଖି ସେ କିପରି ଆଡମିଶନ ପ୍ରକ୍ରିୟା ଆରମ୍ଭ କରିଥିଲେ ସେ ବ୍ୟାଖ୍ୟା କରିଛନ୍ତି । ଅନେକ ପର୍ଯ୍ୟାୟ ଏବଂ ସାକ୍ଷାତକାର ପରେ, ତାଙ୍କର କଠିନ ପରିଶ୍ରମ ଶେଷରେ ଫଳପ୍ରଦ ହେଲା ଏବଂ ସେ ପୂର୍ଣ୍ଣ ବୃତ୍ତି ପାଇଲେ ବୋଲି କହିଛନ୍ତି ।
ଅନେକ ଅସୁବିଧା ସତ୍ତ୍ୱେ ଚେତନା ସାହସ ହରାଇ ନ ଥିଲେ ନାହିଁ ଏବଂ ନିରନ୍ତର ପରିଶ୍ରମ କରି ଚାଲିଥିଲେ । ତାଙ୍କ ମା ମଧ୍ୟ ତାଙ୍କୁ ପୁରା ସମର୍ଥନ କରିଛନ୍ତି । ମାଆଙ୍କ ସାହସ ଏବଂ ଶକ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ଏହି ସଫଳତା ପାଇଁ ତାଙ୍କ ପରିବାର ଏବଂ ଶିକ୍ଷକମାନଙ୍କର ବହୁତ ଅବଦାନ ରହିଥିବା ଚେତନା କହିଛନ୍ତି । ସେ ଏହି ସଫଳତାର ଶ୍ରେୟ ମାଆଙ୍କୁ ଦେଇଛନ୍ତି । ସେ କହିଛନ୍ତି ସମାଜରେ ଯେଉଁଠାରେ ଏକ ସରକାରୀ ଚାକିରି କରିବା ମୁଖ୍ୟ ଲକ୍ଷ୍ୟ ଭାବେ ବିବେଚନା କରାଯାଏ, ପିଏଚଡି କରିବା ଏକ ଭିନ୍ନ ରାସ୍ତା । କିନ୍ତୁ ନିଷ୍ଠା ଏବଂ ସମର୍ଥନ ସହିତ ଯେକୌଣସି ଚ୍ୟାଲେଞ୍ଜକୁ ଦୂର କରାଯାଇପାରିବ ।
ଚେତନାଙ୍କର ପିଲାଦିନରୁ ଅଧ୍ୟୟନ ପ୍ରତି ଆଗ୍ରହ ଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ଏହା ପରେ ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍ (NIEPA) ରୁ ଏମଫିଲ କରିଥିଲେ । ଚେତନା କହିଛନ୍ତି ଯେ ସେ ବର୍ଜିନିଆ ବିଶ୍ୱବିଦ୍ୟାଳୟରେ ପିଏଚଡି ଆରମ୍ଭ କରିବାକୁ ଉତ୍ସାହିତ ଅଛନ୍ତି ଏବଂ ଏହା ଅନ୍ୟ ଛାତ୍ରମାନଙ୍କୁ ପ୍ରେରଣା ଦେବ । ରିସର୍ଚ୍ଚ ପାଇଁ ପ୍ରକୃତ ଉତ୍ସାହ ଏବଂ ଉତ୍ସର୍ଗୀକୃତ ମନୋଭାବ ଆବଶ୍ୟକ ବୋଲି ଚେତନା ।