ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଭାରତୀୟ ରେଳ ବିଭାଗ ମହିଳାମାନଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ସମ୍ମାନ । ଗୋଟିଏ ପଟେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ୍ସ ଆକାଉଣ୍ଟକୁ ଦେଶର ବିଶିଷ୍ଟ ମହିଳାମାନେ ପରିଚାଳନା କରୁଥିବାବେଳେ ବନ୍ଦେ ଭାରତ ଟ୍ରେନ ପ୍ରଥମ ଥର ପାଇଁ ମହିଳା ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ସମ୍ପୂର୍ଣ୍ଣଭାବେ ପରିଚାଳିତ ହୋଇଛି ।
ରେଳ ବିଭାଗ ଆଜି ତାର ଟ୍ରେନକୁ ସମ୍ପୂର୍ଣ୍ଣଭାବେ ମହିଳାଙ୍କ ହାତକୁ ଟେକି ଦେଇଛି । ଯେଉଁଥିରେ ଜଣେ ବି ପୁରୁଷ କର୍ମଚାରୀ ନ ଥିଲେ । ଏହି ଐତିହାସିକ ଯାତ୍ରା ସାଇନଗର ଶିରଡ଼ୀ ବନ୍ଦେ ଭାରତ ଏକ୍ସପ୍ରେସ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରୁ ସକାଳ 6ଟା 20ରେ ଆରମ୍ଭ ହୋଇଥିଲା । ଗାଡ଼ି ନମ୍ବର 22223ରେ ଥିଲେ ମହିଳା ଲୋକ ପାଇଲଟ୍, ମ୍ୟାନେଜର୍, ଟିକେଟ୍ ନିରୀକ୍ଷକ ଓ କ୍ୟାଟରିଂ ଷ୍ଟାଫ୍ ଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଦେଶର ବିଶିଷ୍ଟ ମହିଳାମାନେ ଦାୟିତ୍ୱ ନେଇଛନ୍ତି । ଚେସ୍ ତାରକା, ପରମାଣୁ ବୈଜ୍ଞାନିକ, ମହାକାଶ ବୈଜ୍ଞାନିକ ପ୍ରମୁଖ ପୋଷ୍ଟ କରୁଛନ୍ତି ।