ନଭସାରୀ: ଆଜି ମୁଁ ଗର୍ବର ସହିତ କହିପାରିବି ଯେ ମୁଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ମୋ ଜୀବନରେ କୋଟି କୋଟି ମା’, ଭଉଣୀ ଏବଂ ଝିଅଙ୍କ ଆଶୀର୍ବାଦ ରହିଛି ଏବଂ ଏହି ଆଶୀର୍ବାଦ ନିରନ୍ତର ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନଭସାରୀରେ ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ 'ଲକ୍ଷପତି ଦିଦି' କାର୍ଯ୍ୟକ୍ରମରେ ଯୋଗଦାନ କରି ଏପରି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଗୁଜୁରାଟ ନଭସାରୀରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇ ଲକ୍ଷପତି ମାଆମାନଙ୍କ ସହିତ ଭାବବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଦଶ ଜଣ ମନୋନୀତ ଲକ୍ଷପତି ଭଉଣୀଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଛନ୍ତି । 'ଲକ୍ଷପତି ଦିଦି'ଙ୍କ ଅବଦାନ ଏବଂ ତାଙ୍କ କାର୍ଯ୍ୟ ମାଧ୍ୟମରେ ଦେଶବ୍ୟାପୀ ହଜାର ହଜାର ମହିଳାଙ୍କୁ ପ୍ରେରଣା ଦେଇଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ମୋଦୀ । ଏହି ଆଲୋଚନା ସମୟରେ, ଲକ୍ଷପତି ଦିଦିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର କାହାଣୀ ବାଣ୍ଟିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ମହିଳାମାନଙ୍କୁ ସାମାଜିକ ଏବଂ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ମହିଳାମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
ଏହି ଅବସରରେ ମୋଦୀ କହିଛନ୍ତି, "ଆଜି ମୁଁ ଗର୍ବର ସହିତ କହିପାରିବି ଯେ ମୁଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ଯେତେବେଳେ ମୁଁ କହିବି ଯେ ମୁଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି, ଅନେକ ଲୋକଙ୍କ କାନ ଟାଣି ହୋଇଯିବ। ଆଜି ସମଗ୍ର ଟ୍ରୋଲ୍ ସେନା କ୍ଷେତ୍ରକୁ ଆସିବେ, କିନ୍ତୁ ମୁଁ ଏବେ ବି କହିବି ଯେ ମୁଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ମୋ ଜୀବନରେ କୋଟି କୋଟି ମା’, ଭଉଣୀ ଏବଂ ଝିଅଙ୍କ ଆଶୀର୍ବାଦ ରହିଛି ଏବଂ ଏହି ଆଶୀର୍ବାଦ ନିରନ୍ତର ବୃଦ୍ଧି ପାଉଛି।"