ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଚତୁର୍ଥ ଦିବସରେ ଭାରତ ପାଞ୍ଚ ଗୋଟି ଇଭେଣ୍ଟରେ ପଦକ ଜିତିଛି । ମହିଳା ଭାରଉତ୍ତୋଳନକାରୀ ମୀରା ବାଇ ଚାନୁ ଦେଶକୁ ରୌପ୍ୟ ପଦକ ଦେଇଥିବାବେଳେ ପୁରୁଷ ବ୍ୟାଡମିଣ୍ଟନ ଦଳ କାଂସ୍ୟ ପଦକ ଦେଇଛନ୍ତି ।
ମୀରାବାଇ ଚାନୁ ୪୯ କିଲୋଗ୍ରାମ ବର୍ଗରେ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ଆଘାତ ସତ୍ୱେ ସପ୍ଟ ଟେନିସରେ ଜୟ ମୀଣା କାଂସ୍ୟ ପଦକ ଜିତିଛନ୍ତି । ଏହି ଖେଳରେ ଭାରତ ଏଟା ପ୍ରଥମ ମେଡାଲ ଅଟେ ।
ଶୁଟିଂରେ, ସ୍କିଟ୍ ଇଭେଣ୍ଟ ଉଭୟ ପୁରୁଷ ଓ ମହିଳା ଦଳକୁ ବ୍ରୋଞ୍ଜ ପଦକ ମିଳିଛି । ମହିଳା ସ୍କିଟ୍ ଦଳରେ ପାରିଜାନ ଧାଲୀୱାଲ, ରାୟଜା ଢିଲ୍ଲୋ, ମାହେଶ୍ୱରୀ ଚୌହାନ ରହିଥିଲେ । ସେହିପରି ପୁରୁଷ ଦଳରେ ଅନନ୍ତୀଜତ ସିଂହ ନରୁକା, ଭବତେଗ ସିଂହ ଗିଲ୍, ମୈରାଜ ଅହମ୍ମଦ ଖାନ ପୁରୁଷ ଦଳରେ ରହିଛନ୍ତି । ଦିନର ଶେଷ ଇଭେଣ୍ଟରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ସେମିଫାଇନାଲରେ ଚୀନ୍ଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକ ସହ ନିଜ ଅଭିଯାନ ଶେଷ କରିଛି।
ଅନନ୍ତଜିତ୍ ସିଂହ ନାରୁକା ବ୍ୟକ୍ତିଗତ ଫାଇନାଲ୍ରେ ପହଞ୍ଚି ଭାରତ ପାଇଁ ଆଉ ଗୋଟିଏ ପଦକ ସୁନିଶ୍ଚିତ କରିଛନ୍ତି । ଏହା ବ୍ୟତୀତ, ପୁରୁଷ କବାଡ଼ି ଦଳ ବାଂଲାଦେଶକୁ ପରାସ୍ତ କରି ସେମି-ଫାଇନାଲ୍ରେ ନିଜ ସ୍ଥାନ ସୁନିଶ୍ଚିତ କରିଛି । ନାଓରେମ ରୋଶିବିନା ଦେବୀ ମହିଳା ୬୦ କିଗ୍ରା 'ଉଶୁ ସାଣ୍ଡା' (Wushu Sanda) ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଅତିକମରେ ଏକ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ମହିଳା ହକି ଦଳ ଥାଇଲ୍ୟାଣ୍ଡକୁ ୨୦-୧ ଗୋଲ୍ରେ ପରାସ୍ତ କରିଛି ।
ଏଯାବତକୁ ଭାରତ ଖାତାକୁ ମାତ୍ର ଗୋଟାଏ ସ୍ୱର୍ଣ୍ଣ ପଦକ ଆସିଛି । ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ଦେଶକୁ ପ୍ରଥମ ସ୍ୱର୍ଣ୍ଣ ଦେବାରେ ଗୌରବ ଅର୍ଜନ କରିଛି ।