ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ସୁନାମ ଧନ୍ୟ ମହିଳାମାନେ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ । ନାମୀଦାମୀ ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ' ଏକ୍ସ ' ଆକାଉଣ୍ଟକୁ ନିଜ ଅଧୀନକୁ ନେଇ ପୋଷ୍ଟ କରିଛନ୍ତି । ଯେଉଁଥିରେ ଅଛନ୍ତି ଚେସ୍ ଗୋଟି ଚାଳନା କରୁଥିବା ବୈଶାଳୀଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ । କିଏ ଚେସ୍ ତାରକା ତ ଆଉ କିଏ ବୈଜ୍ଞାନିକ ଏବଂ ଡାକ୍ତର । ଏହା ପ୍ରଧାନମନ୍ତ୍ରୀଙ୍କ ସେହି ପ୍ରତିଶ୍ରୁତିର ଏକ ଅଂଶ ଯେଉଁଥିରେ ସେ କହିଥିଲେ ଯେ ମହିଳା ଦିବସରେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥିବା ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ ।
ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ମହିଳା ଦିବସରେ ଜଣେ ଓଡ଼ିଆ ଝିଅ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟର ଦାୟିତ୍ୱ ନେଇଛନ୍ତି । ପରମାଣୁ ବୈଜ୍ଞାନିକ ଓଡ଼ିଆ ଝିଅ ଏଲିନା ମିଶ୍ର ଏବଂ ମହାକାଶ ବୈଜ୍ଞାନିକ ଶିଳ୍ପୀ ସୋନୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦାୟିତ୍ୱ ନେଇ ବହୁତ ଆନନ୍ଦିତ । ଆମର ବାର୍ତ୍ତା- ଭାରତ ବିଜ୍ଞାନ ପାଇଁ ସବୁଠାରୁ ସ୍ପନ୍ଦନଶୀଳ ସ୍ଥାନ ଏବଂ ତେଣୁ, ଆମେ ଅଧିକ ମହିଳାଙ୍କୁ ଏହାକୁ ଅନୁସରଣ କରିବାକୁ ଆହ୍ୱାନ କରୁଛୁ।
ପ୍ରଧାନମନ୍ତ୍ରୀଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ଚେସ୍ ତାରକା ବୈଶାଳୀ । ସେ କହିଛନ୍ତି ଯେ ସେ ଏହି ସୁଯୋଗ ପାଇଁ ବହୁତ ଖୁସି ଏବଂ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଗର୍ବିତ ଅନୁଭବ କରୁଛନ୍ତି ।
ସେହିପରି ଫ୍ରଣ୍ଟିୟର୍ ମାର୍କେଟରେ ଫାଉଣ୍ଡର ଏବଂ ସିଇଓ ଅଜତୀତା ଶାହ ଏହି ବିଶେଷ ଅଧିକାରୀର ଲାଭ ଉଠାଇ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ସାମର୍ଥ୍ୟମ୍ ସଂସ୍ଥାର ପ୍ରତିଷ୍ଠାତା ଡାକ୍ତର ଅଞ୍ଜଳୀ ନିଜର ଖୁସି ପ୍ରକାଶ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ, ଯାହାକୁ ଆଜି ମୁଁ ଦାୟିତ୍ୱ ନେବାର ଗୌରବ ପାଇଛି, ମୁଁ ପରିବର୍ତ୍ତନର ଏକ ସ୍ଫୁଲିଙ୍ଗ ଜାଳିବାକୁ ଚାହୁଁଛି, ଏବଂ କାର୍ଯ୍ୟ ପାଇଁ ଆହ୍ୱାନ ଚାହୁଁଛି – ନିଜର ସ୍ତର ଭୁଲିଯାଆନ୍ତୁ, ପ୍ରତିବନ୍ଧକ ଭୁଲିଯାଆନ୍ତୁ...ଆସନ୍ତୁ ସୁଗମ୍ୟ ଭାରତକୁ ମଜବୁତ କରିବା ଏବଂ ଏହାକୁ ଏକ ବିକଶିତ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଦୂତ କରିବା । ଆସନ୍ତୁ ନିଶ୍ଚିତ କରିବା ଯେ ପ୍ରତ୍ୟେକ ମହିଳା, ପ୍ରତ୍ୟେକ ବ୍ୟକ୍ତି, ସମ୍ମାନ ଏବଂ ସ୍ୱାଧୀନତା ସହିତ ସେମାନଙ୍କର ଜୀବନକୁ ଆଗେଇ ନେଇପାରିବେ। ଆସନ୍ତୁ ଆମେ ସାମ୍ପ୍ରତିକ ଲାଭ ଉପରେ ନିର୍ମାଣ କରିବା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଜୀବନକୁ ଉନ୍ନତ କରିବା।