ଜଟଣୀ: ଏମିତି ବି ଆସେ ମୃତ୍ୟୁ। ଠାକୁର ଘରେ ପୂଜା କରୁଥିବା ବେଳେ ଦୀପ ନିଆଁ ଲାଗି ମହିଳା ମୃତ । ଏମିତି ଅଘଟଣ ଘଟିଛି ଜଟଣୀ ରଥିପୁର ଗ୍ରାମରେ । ଠାକୁର ଘରେ ପୂଜା କରୁଥିବା ବେଳେ ଦୀପ ନିଆଁରେ ଜଳିଗଲେ ମହିଳା । ମୃତ ମହିଳା ହେଉଛନ୍ତି ୫୨ ବର୍ଷୀୟା ରିନା ପ୍ରଧାନ । ଏନେଇ ଅଞ୍ଚଳରେ ଶୋକର ଛାୟ ଖେଳିଯାଇଛି। ଜଟଣୀ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଘରେ କେହି ନଥିବା ବେଳେ ରିନା ଆଜି ସକାଳ ୧୦ ସମୟରେ ଠାକୁର ଘରେ ପୂଜା କରୁଥିବା ବେଳେ ଘଟିଥିଲା ଅଘଟଣ । ତେବେ କୌଣସି କାରଣରୁ ଦୀପ ନିଆଁ ଶାଢୀରେ ଲାଗି ଯାଇଥିଲା। ନିଆଁରେ ମହିଳା ଜଳି ଯାଇଥିବାବେଳେ ଜଟଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ରୀନାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ପରେ ରୀନାଙ୍କ ମାନସିକ ସ୍ଥିତି ସେତେଟା ଠିକ୍ ନଥିଲା । ଆଜି ଦୀପ ଜାଳୁଥିବା ସମୟରେ ହଠାତ୍ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।