ଢେଙ୍କାନାଳ: ପୁଣି ଜଣେ ମହିଳା ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । କିସ୍ତି ଟଙ୍କା ଦେବାକୁ ନେଇ ପାରିବାରିକ କଳହ ପରେ ଜୀବନ ହାରିବା ଉଦ୍ୟମ କରିଛନ୍ତି । କିରୋସିନ ଢାଳି ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କରିଛନ୍ତି ମହିଳା । ଢେଙ୍କାନାଳ ଜିଲ୍ଲା ଭୁବନ NAC ପୁରୁଣା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ନିଜକୁ ଆତ୍ମଦାହ କରିବାକୁ ଉଦ୍ୟମ କରିଥିବା ମହିଳାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ଋଣ କିସ୍ତି ଟଙ୍କା ପୈଠକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ଜଣାପଡ଼ିଛି । କଳହ ପରେ ସେ କିରୋସିନ ଢାଳି ଜୀବନ ହାରିବାକୁ ଚେଷ୍ଟା କରିଥିଲେ । ଗତ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ସୁଚନା ମିଳିଛି। ଆତ୍ମହୃତି ଉଦ୍ୟମ କରିଥିବା ମହିଳା ଜଣକ ଏଣ୍ଡ ଟି ନାମକ ଏକ କମ୍ପାନୀରୁ ରୁଣ ଆଣିଥିଲେ। କିନ୍ତୁ ତାହା ପରବର୍ତ୍ତୀ ସମୟରେ ସୁଝି ପାରିନଥିଲେ। ସ୍ଵାମୀ ଅଜୟଙ୍କୁ ଟଙ୍କା ମାଗିବାରୁ ସେ ମଧ୍ୟ ଦେଇ ପାରି ନଥିଲେ। ଏନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ହେବା ପରେ ମହିଳା ଜଣକ କିରୋସିନ୍ ଢାଳି ନିଜ ଶାଢିରେ ନିଆଁ ଲଗାଇ ଦେଇଥିଲେ । ଏହା ଦେଖି ନିଜ ସାତ ବର୍ଷର ପୁଅ ପାଟି କରି ଡାକିବାକୁ ପଡୋଶୀ ଆସି ନିଆଁ ଲିଭାଇଥିଲେ। ପରେ ତାଙ୍କୁ ଭୁବନ ମେଡିକାଲ ଓ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଗତ କିଛି ଦିନ ଧରି ରାଜ୍ୟରେ ଗୋଟେ ପରେ ଗୋଟେ ଆତ୍ମାହୂତି ଘଟଣା ଦେଖିବାକୁ ମିଳିଛି । ବିଶେଷ କରି ଝିଅମାନେ ପୋଡ଼ି ହୋଇ ନିଜ ଜୀବନ ହାରିବାକୁ ପଛାଉ ନାହାନ୍ତି। କିରୋସିନ କିମ୍ବା ପେଟ୍ରୋଲ ଢାଳି ଜଳିଯିବା ଘଟଣା ରାଜ୍ୟରେ ଏକ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଗୋଟିଏ ମାମଲାର ତଦନ୍ତ ସରୁନି ଆଉ ଗୋଟିଏ ଘଟଣା ଘଟିବାରେ ଲାଗିଛି ।