କଟକ: ଦୀର୍ଘ ବର୍ଷ ପରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଉଚ୍ଚ ନ୍ୟାୟଳୟରୁ ଆଶ୍ୱସ୍ତି ମିଳିଛି । ଦୁଇ ଗ୍ୟାଙ୍ଗଷ୍ଟାରଙ୍କୁ ହାଇକୋର୍ଟରୁ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ମିଳିଛି । ୨ ଜଣ ଲେଖାଏଁ ଜାମିନଦାର ଏବଂ ୫୦ ହଜାର ଟଙ୍କାରରେ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି ।
୨୦୧୬ରେ ସିଡିଏସ୍ଥିତ ଘରୁ ୨ କୋଟି ୬୭ ଲକ୍ଷ ୬୪ ହଜାର ୭୪୦ ଟଙ୍କା ଜବତ ଘଟଣାରେ ୨ ଗ୍ୟାଙ୍ଗଷ୍ଟର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ନ୍ୟାୟମୂର୍ତ୍ତି ଗୌରୀଶଙ୍କର ଶତପଥୀଙ୍କ ନେଇ ଗଠିତ ଖଣ୍ଡପୀଠ ଉଭୟ ଭାଇଙ୍କୁ ଜାମିନରେ ଛାଡ଼ିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଉଭୟଙ୍କ ନାଁରେ ଅନ୍ୟ ମାମଲା ରହିଥିବାରୁ ସୁଶାନ୍ତ ଓ ସୁଶୀଲ ଏବେ ଜେଲରୁ ମୁକୁଳିବେ ନାହିଁ ।
୨୦୧୬, ଜାନୁଆରୀ ୩୦ରେ ଧଳସାମନ୍ତ ଭ୍ରାତାଙ୍କ ଘରୁ ନଗଦ ଟଙ୍କା ମିଳିବା ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ସୁଶାନ୍ତଙ୍କ ନାଁରେ ୪ଟି ମାମଲା ରହିଥିବାବେଳେ ସୁଶୀଲଙ୍କ ନାଁରେ ୨ଟି ମାମଲା ରହିଛି । ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମେ ହାଇକୋର୍ଟ ଉଭୟଙ୍କ ଜାମିନ ଖାରଜ କରିଥିଲେ । ପରେ ଜିଲ୍ଲା ଦୌରା ଅଦାଲତରେ ଜାମିନ ଆବେଦନ କରି ଉଭୟ ନିରାଶ ହେବା ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଚାର୍ଜସିଟରେ ୨୦ ଜଣ ସାକ୍ଷୀଙ୍କ ନାଁ ଉଲ୍ଲେଖ ରହିଥିବାବେଳେ ୮ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି ଏବଂ ଅନ୍ୟମାନଙ୍କର ବାକି ରହିଛି ।