ଭୁବନେଶ୍ୱର: ଶ୍ରୀମନ୍ଦିର ବାହାରେ ଲଗାଯିବ ୱାଚ୍ ଟାୱାର୍ । ଶ୍ରୀମନ୍ଦିର ଉପରକୁ କେମିତି ଏବଂ କେଉଁଠୁ ଡ୍ରୋନ ଆସୁଛି ୱାଚ୍ ଟାୱାର୍ ତାହାକୁ ଆଗୁଆ ସୁରକ୍ଷାକର୍ମୀଙ୍କୁ ଅବଗତ କରାଇଦେବ । ମନ୍ଦିରର ସୁରକ୍ଷା ପାଇଁ ଯାହା ଯାହା ପଦକ୍ଷେପ ଆବଶ୍ୟକ ତାହା ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବାକୁ ମନ୍ଦିର ପ୍ରଶାସନ ଓ ସରକାର ସଜାଗ ଅଛନ୍ତି । ମନ୍ଦିରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାକୁ ମନ୍ଦିର ବାହାର ପାର୍ଶ୍ୱରେ ୱାଚ୍ ଟାୱାର୍ ଲଗାଯିବ । ଏହା ଦ୍ୱାରା ସୁରକ୍ଷାକର୍ମୀମାନେ ଉଚ୍ଚରେ ରହି ବାହାରର ଡ୍ରୋନ୍ ଗୁଡ଼ିକ ଉପରେ ନଜର ରଖିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।