ଭୁବନେଶ୍ୱର:ରାଜଧାନୀରୁ ପୁଣି ଜବତ ହେଲା ସିଲିଣ୍ଡର ଭର୍ତ୍ତି ଗାଡ଼ି। ଗ୍ୟାସ ବୋଝେଇ ଗାଡି ଜବତ କରି ଜଣଙ୍କୁ ଗିରଫ କରିଛି ପୋଲିସ।ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୋଲିସ ଚଢ଼ାଉ କରି ସିଲିଣ୍ଡର ଭର୍ତ୍ତି ଗାଡ଼ିକୁ ଜବତ କରିଛି। ଚନ୍ଦ୍ରଶେଖରପୁର ଚୁନୁକୋଳି ବସ୍ତିରୁ ଠାବ ହୋଇଛି ଗ୍ୟାସ ଗାଡ଼ି। ସିଲିଣ୍ଡର ପିଛା ସାଢ଼େ ୩ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଚଢ଼ାଉ କରିଥିଲା ପୋଲିସ। ୧୧ଟି ଗ୍ୟାସ ଭର୍ତ୍ତି ସିଲିଣ୍ଡର ସହ ୮ଟି ଖାଲି ସିଲିଣ୍ଡର ଜବତ ହୋଇଛି।
ଟେମ୍ପୋରେ ଗ୍ୟାସ ସିଲିଣ୍ଡର ଭର୍ତ୍ତି କରି ଗୁପ୍ତ ଭାବେ ବ୍ଲାକ ମାର୍କେଟରେ ବିକ୍ରି ହେଉଥିଲା। ବଡ଼ କଥା ହେଲା, ଅଭିଯୁକ୍ତ ପୂର୍ବରୁ ଗ୍ୟାସ ଏଜେନ୍ସୀରେ କାମ କରୁଥିଲେ। ସେହି ଅଭିଜ୍ଞତାକୁ ଦୁରୁପଯୋଗ କରି ସେ ବସ୍ତିର ଲୋକମାନଙ୍କ ନାଁରେ ଗ୍ୟାସ ଖାତା ଖୋଲି ଅପରେଟ୍ କରୁଥିଲେ। ସେମାନଙ୍କ ନାଁରେ ଗ୍ୟାସ ବୁକିଂ କରି ସେହି ଗ୍ୟାସକୁ ବଜାରରେ ବ୍ଲାକ ମାର୍କେଟରେ ବିକ୍ରି କରୁଥିଲେ।