ପରିବା ବ୍ୟବସାୟୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ଭାବରେ ହତ୍ୟା କରାଯାଇଛି । ମୃତକ ଜଣକ ହେଉଛନ୍ତି ବାଇଧର ସାସମଲ । ବୈଶିଙ୍ଗା ଥାନା ପାଟଳିପୁରା ପଞ୍ଚାୟତ ଅଧୀନ ଡ଼େଫୌଦା ଗ୍ରାମର ପରିବା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି । ରବିବାର ବିଳମ୍ବିତ ରାତିରେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି l
ବାଇଧର ଅନ୍ୟଦିନ ଭଳି ରବିବାର ରାତିରେ ମାଣତ୍ରୀ ସାପ୍ତାହିକ ହାଟରୁ ପରିବା ବେପାର ସାରି ଘରକୁ ଆସିଥିଲେ । ଖାଇ ସାରି ଘର ବାରଣ୍ଡାରେ ଶୋଇପଡ଼ିଥିଲେ । କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ବାରମ୍ୱାର ହାଣି ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରିଥିଲା । ନୃଶଂସ ଭାବରେ ଶରୀରରୁ ମୁଣ୍ଡ ଅଲଗା କରିବାକୁ ଚେଷ୍ଟା କରିଥିଲା । ଘଟଣା ପରେ ବାଇଧରଙ୍କ ବଡପୁଅ ବିଳମ୍ବିତ ରାତିରେ ଉଠିଥିବାବେଳେ ବାପାଙ୍କୁ ଏଭଳି ଅବସ୍ତାରେ ଦେଖି ବିଚଳିତ ହୋଇଯାଇଥିଲେ । ପରିବାରଲୋକଙ୍କୁ ଉଠାଇବା ସହିତ ପାଖ ପଡୋଶୀଙ୍କୁ ଖବର ଦେଇଥିଲେ । ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଦୁର୍ବୁତ୍ତକୁ ଧରିବାକୁ ଉଦ୍ୟମ କରାଯାଉଛି । ଘଟଣା ପରେ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି l
ଅଧିକ ପଢନ୍ତୁ : ଯାଜପୁର ଜିଲ୍ଲାରେ ବିଷ ପିଇ ଚାଷୀ ଆତ୍ମହତ୍ୟା