ଯାଜପୁର ଜିଲ୍ଲାରୁ ଚାଷୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ବିଷ ପିଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ନିତ୍ୟାନନ୍ଦ ପରିଡା। ଦୁଖଦଃ ଖବର ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଖର ପଞ୍ଚାୟତ ଅଧୀନ ବାଜବାଟି ଗ୍ରାମରେ । ଘଟଣା ହେଉଛି ନିତ୍ୟାନନ୍ଦ ଋଣ ନେଇ ପ୍ରାୟ ୩ଏକର ଜମିରେ ଧାନଚାଷ କରିଥିଲେ ଏବଂ ୨ ଦିନ ତଳେ ବାଜବାଟି ମୌଜାରେ ଥିବା ଚାଷଜମିକୁ ଯାଇଥିଲେ। ଜମିରେ ପାଣି ଅଭାବରୁ ଧାନ ଗଛ ସବୁ ମାରି ଯାଇଥିଲା ଯାହାକୁ ଦେଖି ନିତ୍ୟାନନ୍ଦ ଭାଙ୍ଗିପଡିଥିଲେ । ଋଣ ଟଙ୍କାକୁ ନେଇ ଚିନ୍ତା କରି ଜମିରେ ପକାଇବାକୁ ଥିବା କୀଟ ନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ନିତ୍ୟାନନ୍ଦ ଋଣ କରି ଚାଷ କରିଥିଲେ ଏବଂ ଫସଲ ନଷ୍ଠ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି । ଅନ୍ୟପକ୍ଷରେ ଧାନ ଚାଷ ଜମି ନିକଟରେ କଳାପଥର ଖାଦାନ ରହିଛି ଏବଂ ବର୍ଷା ପାଣି ଜମିରେ ନରହି ଖାଦାନକୁ ବୋହି ଯାଉଛି । ଯେଉଁକାରଣ ଯୋଗୁ ଫସଲ କ୍ଷତିଗ୍ରସ୍ତ ହେଉଛି ବୋଲି ଚର୍ଚ୍ଚା ହେଉଛି ।
ଅଧିକ ପଢନ୍ତୁ : ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ