ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ। ୮୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ବିନୋଦିନୀ ଦେବୀଙ୍କ ଆଜି ସକାଳେ ପରଲୋକ ଘଟିଛି। ସେ ଅନୁଗୁଳଠାରେ ରହୁଥିବା ସାନପୁଅଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।
୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ଜନ୍ମ ଗ୍ରହଣ କରିଥିଲେ ବିନୋଦିନୀ । ବିନୋଦିନୀ ଦେବୀ କଟକ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ। ସେ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଥିଲେ ପ୍ରଥମ ମହିଳା ଗୀତିକାର। ତାଙ୍କ ରଚିତ ସିନେମାଗୀତଗୁଡ଼ିକ ମଧ୍ୟରେ ରକତ ଟଳମଳ ଖଇର ପାଞ୍ଚପଳ…(ମଲାଜହ୍ନ), କାଳିଆ ଆସିଲା ଭାଇ କାଳିଆ ଆସିଲା.. , ସେ ତ ଭକତ ଭାବରେ ବନ୍ଧା..(ଶ୍ରୀ ଜଗନ୍ନାଥ), ନିରିମାଖୀ କୁଆଁରୀ ମୁଁ…(ତଅପୋଇ) ଏବଂ ନଟ ହେ ମଞ୍ଜି ପୋତିଲ..(ଜୟ ଜଗନ୍ନାଥ) ବେଶ୍ ଲୋକପ୍ରିୟ। ତେବେ ୧୯୬୫ର ମଲାଜହ୍ନ ଚଳଚ୍ଚିତ୍ର ପାଇଁ ସେ ପ୍ରଥମକରି ଗୀତ ଲେଖୁଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ତାଙ୍କର ଅନେକ ଅବଦାନ ରହିଛି । ସେ ମହାସତି ସାବିତ୍ରୀ ମଧ୍ୟ ସଂଗୀତ ଲେଖିବା ସହ ଅନେକ ସିନେମାରେ ଗୀତ ଲେଖିଛନ୍ତି । ଓଡ଼ିଆ ଚଳଚିତ୍ର ଜଗତର ସେ ହେଉଛନ୍ତି ଅବିସ୍ମରଣୀୟ ପ୍ରତିଭା ।
ଅଧିକ ପଢନ୍ତୁ :ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ