ସୁନ୍ଦରଗଡ: ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦେଶକ, ଜଳବିଭାଜିକା ଓ ଉପନିର୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ଘରେ ସକାଳୁ ସକାଳୁ ରେଡ୍ ହୋଇଛି।
ପ୍ରସନ୍ନ କୁମାର ପାତ୍ରଙ୍କ ବିଭିନ୍ନ ବାସଭବନ ଓ ସମ୍ପତ୍ତି ଉପରେ ଏକକାଳୀନ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ସୁନ୍ଦରଗଡ଼ ସମେତ ତାଙ୍କ ସହ ଜଡ଼ିତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଯାଞ୍ଚ ଚଳାଇଛି । ଏଥିରେ ସୁନ୍ଦରଗଡ଼ ଆବାସିକ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଅଫିସ, ପୈତୃକ ବାସଭବନ ସହ ଭୁନନେଶ୍ୱରରେ ଥିବା ୩ଟି ଫ୍ଲାଟ ମଧ୍ୟ ସାମିଲ ରହିଛି।
ସରକାରୀ ପଦବୀରେ ଥାଇ ସୀମାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ରେଡ୍ କରାଯାଇଛି।