ଭୁବନେଶ୍ୱର: ଶ୍ରାବଣ ମାସର ଆରମ୍ଭରୁ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପରିବା ଦର । ଦିନକୁ ଦିନ ପରିବା ଦର ଆକାଶ ଛୁଆଁ ହେଉଛି । ପ୍ରତି ପରିବା କିଲୋ ପିଛା ୮୦ ଟଙ୍କା ପାର ହେଲାଣି । ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇଦେଇଛି । ବଜାରକୁ ପରିବା କିଣିବା ପାଇଁ ଗଲେ ଖାଉଟି ମୁଣ୍ଡରେ ହାତ ଦେଉଛି । ପରିବା ବ୍ୟାଗ ଭର୍ତ୍ତି ନହେଉଣି ପକେଟରୁ ପଇସା ସରିଯାଉଛି । ଚାଷୀଙ୍କଠାରୁ ଖାଉଟି ସମସ୍ତ ଚିନ୍ତାରେ । ରାଜ୍ୟରେ ଲଗାଣ ବର୍ଷା ଫଳରେ ପରିବା ଜମିରେ ସବୁ ପନିପରିବା ନଷ୍ଟ ହୋଇଯାଇଛି । ଏମିତିକି ଅନେକ ପରିବା ଗଛ ବି ନଷ୍ଟ ହୋଇ ଯାଉଛି । ଫଳରେ ପରିବା ଦର ବଢ଼ିବାରେ ଲାଗିଛି । ବାହାର ପରିବା ବ୍ୟବସାୟୀ ଉଚ୍ଚା ଦରରେ ପରିବା ବିକ୍ରି କରୁଛନ୍ତି ।
ଶ୍ରାବଣ ମାସ କାରଣରୁ ଖାଉଟିମାନେ ଆମିଷ ଛାଡିଥିବାରୁ ବଜାରରେ ପରିବାର ଚାହିଦା ବଢିଛି । ଯାହାଫଳରେ ଦର ଆକାଶ ଛୁଆଁ ହେଉଛି । ବଜାରରେ ବାଇଗଣ – ୯୦,କୋବି – ୪୦ ଟଙ୍କା ,କାଙ୍କଡ଼ – ୪୦ ଟଙ୍କା,ଜହ୍ନି – ୬୦ ଟଙ୍କା ,ବନ୍ଧାକୋବି – ୩୦ , ଭେଣ୍ଡି – ୬୦ ଟଙ୍କା ,ଝୁଡ଼ଙ୍ଗ – ୮୦ ଟଙ୍କା,ପୋଟଳ – ୬୦ ଟଙ୍କା ,ଟମାଟୋ – ୪୦ ଟଙ୍କା ,ଛଚିନ୍ଦ୍ରା – ୫୦ ଟଙ୍କା ବିକ୍ରି ହେଉଛି ।