ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ Khabar Odisha :11/06/2024 Share story: ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖେମାଲୋଇ ଗ୍ରାମରେ ଅଂଶୁଘଆତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଖେମାଲୋଇ ଗ୍ରାମର ଦିଲ୍ଲୀପ ଡୁଗିରିଆ ବୋଲି ଜଣାପଡିଛି । ସୂଚନା ଅନୁସାରେ ଦିଲ୍ଲୀପ ଜଣେ ଦିନ ମଜୁରିଆ ଭାବରେ କୂଅ ଖୋଳା କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ତେବେ ସେମାବାର ଦିଲ୍ଲୀପ କୂଅ ଖୋଳୁଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ । ଏବଂ ଉଲୁଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଓ ପରେ ଭଲ ଲାଗିବାରୁ ପରିବାର ଲୋକଙ୍କ ସହ ଘରକୁ ଫେରିଥିଲେ । କିନ୍ତୁ ଅବସ୍ଥା ପୁଣି ଥରେ ଖରାପ ହେବାରୁ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବଂ ଚିକିତ୍ସାଧୀନ ଅବସ୍ଥଆରେ ହିଁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ପରିବାର ଲୋକ ଅଂଶୁଘଆତଜନିତ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏବଂ ପୋଷ୍ଟମର୍ଟମ ରିପୋର୍ଟ ପରେ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି । sonapur heatstrock Henilprava Swain, Author, 11/06/2024