ମହାମହିମ ରାଷ୍ଟ୍ରପତିଙ୍କ 3 ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ଵିତୀୟ ଦିନ । ଦ୍ଵିତୀୟ ଦିନରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥି ମଧ୍ୟରୁ ସେ ଆଜି ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଯାଇ ଦିବଂଗତ ସ୍ୱାମୀ ଏବଂ ପୁଅଙ୍କ ସ୍ମୃତିରେ ନିର୍ମିତ SLS ସ୍କୁଲର ସ୍କିଲ୍ ଟ୍ରେନିଂ ସେଣ୍ଟର ଉଦଘାଟନ କରିବେ ରାଷ୍ଟ୍ରପତି । ଏହା ପୂର୍ବରୁ ମହାମହିମ ତାଙ୍କ ରାଜ ଭବନରେ ଖାଣ୍ଟି ଓଡ଼ିଆ ଷ୍ଟାଇଲରେ ସକାଳ ଭୋଜନ କରିଥିଲେ । ଯାହାର ସୂଚୀ ରାଜ ଭବନ ପକ୍ଷରୁ ଦିଆଯାଇଛି । ମହାମହିମ ସକାଳେ ଗରମ ଚା' ସହ ମସଲା ଦୋସା, ଉତ୍ତପମ , ସମ୍ବର ଚଟଣୀ , ନଡ଼ିଆ ଚଟଣୀ ଆଦି ଖାଇଥିଲେ । ଏହାପରେ ଫଳଜୁସ, ଇଡ଼ିଲି ସହ ମିଠା ଦହି ଗ୍ରହଣ କରି ତାଙ୍କ ଭୋଜନ ସମାପ୍ତ କରିଥିଲେ । ଭୋଜନ ସାରି ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ ।