ବାସୁଦେବପୁର: ଭଦ୍ରକ ଜିଲ୍ଲା ସାନକୃଷ୍ଣପୁର ପଞ୍ଚାୟତ ସ୍ଥିତ ପାରାପୋଖରୀ ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ଅଜଣା ଗାଡି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଛି । ମୃତକ ଦୁଇ ଜଣ ଯାଜପୁର ବୈରୀମାଲ ଅଞ୍ଚଳର ଦୀପକ ରାଉତ ଓ ଚିନ୍ମୟୀ ମଲ୍ଲିକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଦୁଇ ଜଣ ଯୁବକ ଚାନ୍ଦିମାଲ ଛକ ନିକଟରୁ ବିଦେଇପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗକୁ ଆସୁଥିବା ଏକ ଦ୍ରୁତଗାମୀ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଗାଡ଼ିରୁ ଛିଟ୍କି ପଡିଥିଲା । ଜୋରରେ ଶବ୍ଧ ହେବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ପାରାପୋଖରୀ ଅଞ୍ଚଳର ଜେସିବି ଚାଳକ ଭାବେ କାମ କରୁଥିଲେ ବୋଲି ସୂଚନା ମିଳିଛି ।