ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ବ୍ୟାପୀ ବନ୍ଦ ପାଳନ କରାଯିବ । ଚାଷୀ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ପରିବହନ ବିଭାଗର ମନାମନିକୁ ନେଇ ସଂଗଠନ ରାସ୍ତାକୁ ଓହ୍ଲାଇବ । ନବ ନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି ।
ଆସନ୍ତାକାଲି ରାଜ୍ୟରେ ଅଖ ଚକ ବନ୍ଦ ରହିବ । ସକାଳ ଛଅଟାରୁ ବନ୍ଦ ପାଳନ କରାଯିବ । ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବେ । କେବଳ ଜରୁରୀକାଳିନ ସେବା ଜାରି ରହିବ । ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ, ବିଦ୍ୟୁତ ବିଲରେ ଟାଟା ପାୱାର ଟାରିଫ ଆଦାୟ ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିକୁ ବିରୋଧ କରି ଏହି ବନ୍ଦ ପାଳନ କରାଯିବ ।