ଭୁବନେଶ୍ୱର : ଆଜିଠୁ ଖଣ୍ଡଗିରିରେ ଆରମ୍ଭ ଯାତ୍ରା ମହାକୁମ୍ଭ। ୨୭ରୁ ୭ ତାରିଖ ଯାଏ ଦୁଲୁକିବ ମଞ୍ଚ। ସଂଳାପ ଭାଙ୍ଗିବ ରାତିର ନିରବତା। ଦର୍ଶକଙ୍କ ମନୋରଞ୍ଜିତ କରିବେ ତାଙ୍କ ପ୍ରିୟ କଳାକାର। ନାମୀଦାମୀ ଅପେରା ପାର୍ଟି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଦେଖାଇବେ ଜଲବା। ୭ଟି ପେଣ୍ଡାଲରେ ଦୁଇଟି ପର୍ଯ୍ୟାୟରେ ୧୫ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ। ପ୍ରଥମ ପର୍ଯ୍ୟାୟରେ ୭ଟି ଯାତ୍ରାପାର୍ଟି ମଇଦାନକୁ ଓହ୍ଲାଇବେ। ସକାଳୁ ପ୍ରହାର ସମସ୍ତ ଟିକେଟ ମଧ୍ୟ ବିକ୍ରି ସରିଛି। ସବୁରଠାରୁ ବଡ କଥା ଚଳିତ ବର୍ଷ ଯାତ୍ରାରେ ପିୟୁଷଙ୍କ ଦମଦାର ଅଭିନୟ ଯାତ୍ରାପ୍ରେମୀ ଦେଖିବାକୁ ପାଇବେ।
ଆଜି ଅପେରା ‘ଅଶାକ ସମ୍ରାଟ’ ନିଜର ବହୁ ଚର୍ଚ୍ଚିତ ନାଟକ ‘ଅଧା ରହିଗଲା ଆମ କାହାଣୀ’ ମଂଚସ୍ଥ କରିବ। ଏହାପରେ ‘କୋଣାର୍କ ଗଣନାଟ୍ୟ’ ତା’ର ଚର୍ଚ୍ଚିତ ନାଟକ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ମଞ୍ଚସ୍ଥ କରିବ। ଯାତ୍ରା ସିଂହବାହିନୀ ‘ତୁ ମୋ ବଜରଙ୍ଗୀ’ ପରିବେଷଣ କରିବ। ଶେଷରେ 'ଧଉଳି ଗଣନାଟ୍ୟ' ପକ୍ଷରୁ ନାଟକ ‘ଚଣ୍ଡାଶୋକ’ ପରିବେଷଣ କରାଯିବ। ତେବେ ଏହି ଯାତ୍ରାରେ ବେଶ ଲୋକପ୍ରିୟ କଳାକାରମାନେ ଅଭିନୟ କରିବାର ଦେଖିବାକୁ ମିଳିବ।
ଏହାପରେ ୨୯ ତାରିଖରୁ ଯାତ୍ରା ‘ସ୍ୱର୍ଣ୍ଣ ମହଲ’ ପକ୍ଷରୁ ନାଟକ ପରିବେଷଣ ହେବ। ଯାହାର ନାଁ ଓ ଟାଇଟଲ ଏପର୍ଯ୍ୟନ୍ତ ରିଲିଜ ହୋଇନି। ସ୍ୱର୍ଣ୍ଣ ମହଲରେ ବରିଷ୍ଠ ଅଭିନେତା ସୁବାଷ ବେହେରା ରହିଛନ୍ତି। ତେଣୁ ତାଙ୍କ ଅଭିନୟ ଦେଖିବାକୁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସେହିପରି ଅପେରା ଶ୍ରୀମନ୍ଦିର ମଞ୍ଚସ୍ଥ କରିବ ‘ଜାନୱର’, ଏଥିରେ ଅଭିନେତା କାହ୍ନା ସ୍ୱାଇଁ, ଟିକି ରହିଛନ୍ତି। ଏବଂ ୩୦ରେ ଯାତ୍ରା ‘ଇନ୍ଦ୍ରଭୁବନ’ ନାଟକ ପରିବେଷଣ ହେବ। ତେବେ ଯାତ୍ରା ପରିବେସନକୁ ନେଇ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅଧିକ ପଢନ୍ତୁ ; ସାମ୍ନାକୁ ଆସିଲା ମୋକିମଙ୍କ ନୂତନ ଦଳର ନାମ ! ପୁଣି ହେବ ମହିଳା ଓ କୃଷକ ସମାବେଶ