ପଟ୍ଟାମୁଣ୍ଡାଇ: ସ୍ୱାମୀ ସାଜିଲା ଜହ୍ଲାଦ। ସ୍ତ୍ରୀକୁ ହାଣିବା ପରେ ଜୀବନ ହରିବାର ଉଦ୍ୟମ କଲା ସ୍ୱାମୀ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମର ଅଭାବନୀୟ ଘଟଣା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର। ତେବେ ଗୁରୁତର ମହିଳାଙ୍କ ନାମ ଭାରତୀ ମଳିକ ବୋଲି ଜଣାପଡ଼ିଥିବା ବେଳେ ପାରିବାରିକ କଳହର ଏପରି ଘଟିଥିବା ନେଇ ସୂଚନା ଦେଇଛି ପୋଲିସ।
ସୂଚନା ଅନୁସାରେ, ମାଳିପୁର ଗ୍ରାମର ଭାରତୀ ମଳିକ ଏବଂ ତାଙ୍କ ସ୍ୱାମୀ ପ୍ରତାପ ମଳିକଙ୍କ ମଧ୍ୟ ଅନେକ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ଏପରିକି ପ୍ରତାପ ପ୍ରତ୍ୟକ ଦିନ ମଦ ପିଇ ଭାରତୀଙ୍କୁ ମାଡ ମଧ୍ୟ ମାରୁଥିଲେ। ତେବେ ସୋମବାର ବିଳମ୍ବିତ ରାତିରେ ପ୍ରତାପ ଏବଂ ଭାରତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହାପରେ ପ୍ରତାପ ରାଗିଯାଇ ଭାରତୀକୁ କଟୁରୀରେ ହାଣି ନିଜେ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ ପ୍ରତାପ। ଗୁରୁତର ଭାରତୀଙ୍କୁ ପଡୋଶୀ ମାନେ ଉଦ୍ଧାର କରି ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ସାଇବର ଠକେଇର ଶିକାର ମହିଳା, ଲୁଟି ନେଲେ ୩୦ ଲକ୍ଷ ଟଙ୍କା