ଉମରକୋଟ : ଭାରସାମ୍ୟ ହରାଇ ଓଲଟିଲା କଳାକାରଙ୍କ ଗାଡ଼ି। ଫଳରେ ୬ ଜଣ କଳାକାର ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତ କଳାକାରଙ୍କୁ ଉଦ୍ଧାର କରିଥିଲା। ସମସ୍ତ ଆହତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ କଳାକାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସହିତ ଗାଡିର ବ୍ରେକ ଫେଲ ହେବାରୁ ଏପରି ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ୮ ଜଣିଆ ଧନୁଯାତ୍ରା କଳାକାର ଟିମ୍ ରାଇଘର ବ୍ଲକ ମୁଣ୍ଡିବେଡ଼ାରେ ନାଟକ ସାରି ଘରକୁ ଫେରୁଥିଲେ। ସେହି ସମୟରେ ହଠାତ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଗାଡ଼ିଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ ନାଟକ ଟିମ୍ର ୬ ଜଣ କଳାକାର ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣାରେ ଜିପ୍ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ତେବେ ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ସ୍ୱାମୀ ସାଜିଲା ଜହ୍ଲାଦ : ସ୍ତ୍ରୀକୁ ହାଣିବା ପରେ ଜୀବନ ହରିବାର ଉଦ୍ୟମ