ଭୁବନେଶ୍ବର: ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରାକ୍ଟରକୁ ଟ୍ରାଭେଲର୍ ପିଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ଆଜି ସକାଳୁ ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳରେ ସ୍କୁଲ ପିଲାଙ୍କୁ ଆଣିବାକୁ ଯିବାବେଳେ ସ୍କୁଲ ବସ୍ ଦୁର୍ଘଟଣା ହୋଇଥିଲା । ଆର୍ଟିଓ-୨ ନିକଟରେ ସ୍କୁଲ ବସ୍ ଟ୍ରାକ୍ଟରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ଇନ୍ଫୋସିଟି ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ଘଟଣାର ଯାଞ୍ଚ କରୁଛି ।