ସମୁଦ୍ରରେ ଦୁର୍ଘଟଣା, ଦୁଇ ଫାଳ ହୋଇଗଲା ଡଙ୍ଗା
Khabar Odisha:two-fishing-boats-collide-in-sea-near-Gopalpur-due-to-dense-fog
ବ୍ରହ୍ମପୁର, ଜାନୁଆରୀ ୧୯ (ଖବର ଓଡ଼ିଶା):

ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ସମୁଦ୍ରରେ ଦୁର୍ଘଟଣା । ଘନ କୁହୁଡି କାରଣରୁ ଦେଖାନଯିବାରୁ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା । ଦୁଇଟି ଡଙ୍ଗା ମଧ୍ୟରେ ଏତେ ଜୋରରୋ ଧକ୍କା ହୋଇଥିଲା ଯେ ଗୋଟିଏ ଡଙ୍ଗା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିକି ଦୁଇ ଫାଳ ହୋଇ ଯାଇଥିବା ଜଣାପଡିଛି, ତେବେ ଦୁଇଟି ଯାକ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ମତ୍ସଜୀବି ସାମାନ୍ୟ ଆହତ ହୋଇଥିବା ନେଇ ଜଣାପଡିଛି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ଡଙ୍ଗାର ମତ୍ସଜୀବି ମାନଙ୍କ ସୂଚନା ଅନୁସାରେ, ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ଆଜି ଭୋର୍ ପ୍ରାୟ ୫ଟା ବେଳେ ଏକ ଡଙ୍ଗା ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଉଥିଲା। ସେହିପରି ଆଉ ଏକ ଡଙ୍ଗା ସମୁଦ୍ରରୁ କୂଳକୁ ଫେରୁଥିଲା। ହେଲେ ଘନ କୁହୁଡି ଯୋଗୁ ଦୁଇ ଡଙ୍ଗାର ନାବିକମାନେ ପରସ୍ପରକୁ ଦେଖିପାରି ନଥିଲେ। ଫଳରେ ଦୁଇ ଡଙ୍ଗା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଧକ୍କା ପରେ ଉଭୟ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ସେଥିରେ ଥିବା ମତ୍ସଜୀବୀମାନେ ପହଁରି ପହଁରି କୂଳକୁ ଚାଲି ଆସିଥିଲେ।

ଗୋଟିଏ ଡଙ୍ଗାରେ ୧୦ ଜଣ ଓ ଅନ୍ୟଟିରେ ୮ ଜଣ ମତ୍ସ୍ୟଜୀବୀ ଥିଲେ। ଦୁର୍ଘଟଣାରେ ଗୋଟିଏ ଡଙ୍ଗା ପୂରା ଦୁଇ ଫାଳ ହୋଇଯାଇଥିବା ବେଳେ ଆଉ ଗୋଟିଏ ସାମାନ୍ୟ ଭାଙ୍ଗିଛି। ସେହିପରି ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଥିବା ଜଣାପଡିଛି କୂଳକୁ ଆସି ମତ୍ସଜୀବି ମାନେ ଖବର ଦେବାରୁ ସଙ୍ଗେ ସଙ୍ଗେ ଅନ୍ୟ ମତ୍ସଜୀବି ମାନେ ଡଙ୍ଗା ସାହାର୍ଯ୍ୟରେ ଆହାତ ମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିବାର ଜଣାପଡ଼ିଛି ।

Subscribe

National International State Sports Entertainment