ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାପ କାମୁଡାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ କଟୁରୀ ଧୁଆଁ ଗାଁର ନାବାଳିକା ରଶ୍ମି ଓରାମ ଏବଂ ନରେନ୍ଦ୍ର ଗାଁର ଅଜିତ ଓରାମ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ରଶ୍ମି ଘରେ ଶୋଇଥିବା ବେଳେ ବିଶାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ସେହିପରି ନରେନ୍ଦ୍ର ଗାଁର ଅଜିତ ଓରାମ ଘରୁ ବାହାରକୁ ଉଠିଥିବା ସମୟରେ ତାଙ୍କୁ ସାପ କାମୁଡି ଦେଇଥିଲା । ତେବେ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗତ କିଛି ଦିନ ହେବ ବର୍ଷା ହେବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ଏନେଇ ସ୍ଥାନୀୟ ଅଂଚଳରେ ଭୟ ସୃଷ୍ଟି ହୋଇଛି ।