ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପଥରବନ୍ଧ ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକକୁ ଆଉ ଏକ ଟ୍ରକ ପଛପଟୁ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ଜଣେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଏନ୍ଏଚ୍-୧୬ ଟାଙ୍ଗୀ ପଥରବନ୍ଧ ଛକ ନିକଟରେ ଆଜି ସକାଳେ ଏକ ଟ୍ରକ୍ ଛିଡ଼ା ହୋଇଥିଲା । ଏବଂ ଗାଡିଟି ଖରାପ ଥିବାରୁ ହେଲପର ଜଣଙ୍କ ଏହି ସମୟରେ ଗାଡି ଟାୟାର ବଦଳାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ହେଲପରଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇପଡିଛନ୍ତି ।