କଟକ: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏକ ଟ୍ରକ୍ ସହିତ ମନ୍ତ୍ରୀଙ୍କ ଗାଡ଼ି ଧକ୍କା ହେବା ଫଳରେ କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ମାତ୍ର ମନ୍ତ୍ରୀ ଏବଂ ତାଙ୍କ ଚାଳକ ସମ୍ପୂର୍ଣ୍ଣ ବିପଦ ମୁକ୍ତ ରହିଛନ୍ତି । ଟ୍ରକଟି ଓଭରଟେକ୍ କରିବା ସମୟରେ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ବାରଙ୍ଗ ଥାନା ପୋଲିସ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ଘଟଣାର ଯାଞ୍ଚ ଆରମ୍ଭ କରିଛି ।