ଭୁବନେଶ୍ୱର: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଜୟ ଢୋଲକିଆ । ଆଜି ଦିନ ୧ ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନ ଭରିବେ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସହ ବହୁ ମନ୍ତ୍ରୀ ଓ ନେତା ମଧ୍ୟ ଏହି ସମୟରେ ଉପସ୍ଥିତ ରହିବେ । ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ । ଗତକାଲି ନୂଆପଡ଼ା କୋମନା ବ୍ଲକ ଉଦ୍ୟାନ ବନ୍ଧଠାରେ ବିଜେପିର ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଆଜି ନାମାଙ୍କନ ବେଳେ ଶକ୍ତି ପ୍ରଦର୍ଶନ କରିବ ବିଜେପି ।
ତେବେ ଜୟ ଢୋଲକିଆ ହେଉଛନ୍ତି ଦିବଙ୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ଗତ ୧୧ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ଜୟଢୋଲକିଆ । ଏହାପରେ ନୂଆପଡା ରାଜନୈତିକ ସମୀକରଣ ପୁରା ବଦଳି ଯାଇଥିଲା ।