ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ମ୍ୟାଡାମ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ସ୍ମୁତି ଜୟସିଂହ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି କିସମ ସଂଶୋଧନ କରାଇଦେବା ନାଁ ରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଜମିର କିସମ ସଂଶୋଧନ କରାଇଦେବା ପାଇଁ ସ୍ମୁତି ୮ହଜାର ଟଙ୍କା ନେଉଥିଲେ। ଏହି ସମୟରେ ଖୋର୍ଦ୍ଧା ଓ ଭୁବନେଶ୍ୱର ମିଳିତ ଭିଜିଲାନ୍ସ ଟିମ ଚଢାଉ କରି ୮ ହଜାର ଟଙ୍କା ଜବତ କରିଛନ୍ତି । ତେବେ ସ୍ମୁତି ତାଙ୍କ ଆୟ ଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଜାରିରହିଛି। ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ପଞ୍ଜୀକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।