ଆଜି ହେଉଛି ଗୁରୁତ୍ୱପୂର୍ଣ୍ଣ ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିରୋଧୀ ଓ ଶାସକ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗତକାଲି ଅଚଳ ହୋଇଯାଇଥିଲା ପ୍ରଥମାର୍ଦ୍ଧ । ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ମୁଲତବୀ ଆଲୋଚନା ହୋଇପାରିନଥିଲା । ଗୃହ ନଚାଲିବାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି, ବିଜେପି ଓ କଂଗ୍ରେସ । ଗୃହ ଚାଲି ନପାରିବାରୁ, ବିଜେପି ବିଧାୟକଙ୍କ ଅଭିଯୋଗକୁ ନେଇ ରୁଲିଂ ଦେଇଥିଲେ ବାଚସ୍ପତି । ପ୍ରଶ୍ନକୁ ଅଗ୍ରାହ୍ୟ କରାଯିବା ପୂର୍ବରୁ କାହିଁକି ଜଣାଯାଇନଥିଲା ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ଆଉ ବୈଠକ ପରେ ଅପରାହ୍ଣରେ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିଲା । ଆଗତ ହୋଇଥିଲା ପୌର ବିଧି ସଂଶୋଧନ ବିଲ୍ । ଆଜି ପ୍ରଶ୍ନକାଳରେ କୃଷି, ଗଣଶିକ୍ଷା, ଉଚ୍ଚ ଶିକ୍ଷା,ସମବାୟ, ଖାଦ୍ୟ ଯୋଗାଣ,ଶ୍ରମ କର୍ମଚାରୀ ବୀମା, ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ରହିଛି । ଗତକାଲି ଅପରାହ୍ନ ଅଧିବେଶନରୁ ସ୍ବାଭାବିକ ହୋଇଛି ଗୃହ କାର୍ଯ୍ୟ । ଆଜି ବି ସରଗରମ ରହିବ ଗୃହ ।
ଅଧିକ ପଢନ୍ତୁ: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ, ସରଗରମ ରହିବ ଗୃହ