ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ । ଏହି ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ। ଏହି ଉତ୍ସବରେ ମାଆ ଲକ୍ଷ୍ମୀ ଠାକୁରାଣୀ ସାଜିବେ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ କୃଷ୍ଣ । ଏହାସହ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ମଧ୍ୟ ଅନୁଷ୍ଠିତ ହେବ।
ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ।ତେଣୁ ଏହି ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ବିଧି ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀ ରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣ ରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକ ମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ମଧ୍ୟ ଅନୁଷ୍ଠିତ ହେବ।
ତେବେ ବିମଳା ମନ୍ଦିର ନିକଟକୁ ମଦନମୋହନ ଆସିବା ପୂର୍ବରୁ ସେଠାରେ ପହଞ୍ଚିବେ ମା’ ଲକ୍ଷ୍ନୀ । ଏହା ପରେ ମାଜଣା କରାଯାଇ ରୁକ୍ମିଣୀ ହରଣ ନୀତି କରାଯିବ । ସନ୍ଧ୍ୟା ଧୂପ ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ରୁକ୍ମିଣୀ ହରଣ ଏକାଦଶୀ ପୂର୍ବରୁ ଗତକାଲି ମହାପ୍ରଭୁଙ୍କର ସ୍ୱତନ୍ତ୍ର ରାଜେନ୍ଦ୍ର ଅଭିଷେକ ନୀତି କରାଯାଇଥିଲା । ପରମ୍ପରା ଅନୁସାରେ ଆଜି ମହାଲକ୍ଷ୍ମୀ ଲଷ୍ମୀ ମନ୍ଦିରରୁ ବିଜେ କରି ବିମଳା ମନ୍ଦିର ନିକଟକୁ ଯିବେ । ଭୋଗ ମଣ୍ଡପ ନୀତି ଶେଷ ପରେ ସେଠାରେ ବଚନିକା ଆଦି ଵିଧି ଅନୁଷ୍ଠିତ ହେବ। ଏଥି ସହ ସେଠାରେ ହରଣ ନୀତି ମଧ୍ୟ କରାଯିବ। ଆଜି ଏହି ସବୁ ବିଶେଷ ନୀତି ରହିଥିବା ହେତୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଅଛି ।