ଗାଁରେ ବୁଲୁଛି ବାଘ । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଂଜ ବିମଳା ଫରେଷ୍ଟ ସେକ୍ସନ ଝାରବେଡା ସଂରକ୍ଷିତ ଜଙ୍ଗଲ ଚଷାଇତଲା ସାହିରେ ବାଘର ପାଦ ଚିହ୍ନ ଠାବ କରାଯାଇଛି । ଯାହାକୁ ନେଇ ଗାଁ ଲୋକ ଭୟଭୀତ ହୋଇଯାଇଛନ୍ତି । ଏବଂ ସଂଧ୍ୟା ହେଲେ ଭୟରେ ଘରେ ତାଟି କବାଟ ପକାଇଦେଉଛନ୍ତି ।
ତେବେ ଗାଁ ଲୋକେ ବାଘର ପାଦ ଚିିିିିିିିିହ୍ନ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବାଘର ପାଦଚିହ୍ନ ଢେଙ୍କାନାଳ ବୋର୍ଡର ଜଙ୍ଗଲ ଆଡି ପଡିଥିବା ଜଣାପଡିଛି । ଏହାସହ ବାଘଟି କେଉଁ ପ୍ରଜାତିର ଜଣାପଡିନଥିବା ବେଳେ ଘଟଣାସ୍ଥଳରେ କ୍ୟାମେରା ଲଗାଇବାର ବ୍ୟବସ୍ଥା କରିଛି ବନ ବିଭାଗ ।