ଉଦଳା କଇଁସାରି ଜାମୁଘାଟ ପୋଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉଛୁଳା ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣିରେ ଭାସି ଯାଇଛନ୍ତି । ତେବେ ଜଣେ ଯୁବକ ଏହି ଉଛୁଳା ନଦୀରେ ଭାସି ଭାସି ଆସିିଥିବା ବେଳେ ଜାମୁ ଜାମୁଘାଟ ପୋଲ ଉପରେ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଯୁବକ ବୁଡ଼ି ଯାଉଥିବା ଦେଖିବାକୁ ପାଇଥିଲେ । କିଛି ବାଟ ଯିବା ପରେ ନଦୀ ଭିତରେ ଥିବା ୨ ଜଣ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଛି ।