ଭୁବନେଶ୍ୱର ; ପୁଣି ରାଜ୍ୟରେ ବଢିବାରେ ଲାଗିଛି ପାରଦ। ଏଥିପାଇଁ ଓଡ଼ିଶବାସୀଙ୍କୁ କଲବଲ କରିବ ତାତି। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଏହାସହିତ ଏବେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୬ ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।
ତେବେ ରାଜଧାନୀରେ ପ୍ରତିଦିନ ସକାଳୁ ସକଳୁ ଅଳ୍ପ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଦିନ ୧୦ ବେଳୁ ଅସହ୍ୟ ତାତି ଅନୁଭୂତ ହେଉଛି। ଯାହାଫଳରେ ଉଭୟ ଥଣ୍ଡା ଏବଂ ଗରମ ଅନୁଭୂତ କରୁଛନ୍ତି ଓଡ଼ିଶାବାସୀ। ତେବେ ଶୁକ୍ରବାର ରାତିରେ ମଧ୍ୟ ପାରଦ ବଢିଛି ଏଥିପାଇଁ ଆଜି ମଧ୍ୟ ଅସହ୍ୟ ଗରମ ହେବାର ସମ୍ଭାବନା ରହିଛି। ଏପରିକି ରାଜ୍ୟରେ ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଏପରିକି ସକାଳୁ ସକାଳୁ ଅଳ୍ପ ମାତ୍ରାରେ ଥଣ୍ଡା ଅନୁଭୂତ ହୋଇପାରେ କିନ୍ତୁ ପାରଦ ସ୍ତର ବଢ଼ିବାର ସମ୍ଭାବନ ଅଧିକ ରହିଛି କମିବାର ନୁହେଁ।