ବେତନଟୀ: ମୟୂରଭଞ୍ଜ ଜିଲ୍ଲାରେ ବାଲିମାଫିଆ ଉତ୍ପାତ ବଢ଼ିବାରେ ଲାଗିଛି। ଅହରହ ବାଲି ଲୁଟ୍ କରୁଥିବା ବେଳେ ଚଢ଼ଉ କରୁଥିବା ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ମଙ୍ଗଳବାର ବେତନଟୀ ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଢାବା ନିକଟରେ ବାଲି ବୋଝେଇ ଗାଡ଼ି ଜବତ କାରଣରୁ ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ବାଲିମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ଓ ଚାଳକ ନିହାର ରଞ୍ଜନ ବିଶ୍ୱାଳ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରା ସ୍ଥାନୀୟ ଜେଏମ୍ଏଫସି କୋର୍ଟ ନିକଟରେ ମୁକ୍ତାପୁର ଗ୍ରାମର ସୁନୀଲ ଲେଙ୍କାଙ୍କ ନାମରେ ପଞ୍ଜୀକୃତ ଓଡି୧୧ଏଇ-୩୨୩୪ ନମ୍ବର ବିଶିଷ୍ଟ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ବେତନଟୀ ପୁଲିସକୁ ହସ୍ତାନ୍ତର କରିଥିଲେ।
ଅଧିକ ପଢନ୍ତୁ: ୧୨ ଟି ବିଭାଗର ୭ ହଜାର ୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଦୁର୍ନୀତି ଠାରୁ ରୁହ ଦୂରରେ