ଭୁବନେଶ୍ୱର: ଆଜି ହେଉଛି 'ଆର୍ଥ ଆୱାର' ଦିନ । ରାତିରେ ଘଣ୍ଟାଟିଏ ଅନ୍ଧାର ହୋଇଯିବ ସାରା ବିଶ୍ୱ । ମାଟି ମାଆର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଏହି ବିଶେଷ ଦିନ ପାଳନ କରାଯାଇଥାଏ । ଚଳିତ ବର୍ଷର ବିଷୟ ବସ୍ତୁ ରହିଛି, “ଲାଇଟ୍ ବନ୍ଦ କର ଏବଂ ସମସ୍ତଙ୍କ ପାଇଁ ଜଳ ସଞ୍ଚୟ କର” (Switch Off and Secure Water for All) । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆର୍ଥ ଆୱାର ପାଳନ କରିବାକୁ ସମସ୍ତ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି ।
ଆଜି ରାତିରେ ସମସ୍ତେ ନିଜର ଅନାବଶ୍ୟକ ଲାଇଟକୁ ବନ୍ଦ କରି ଆର୍ଥ ଆୱାର ପାଳନ କରିବେ । ରାତି ଆଜି ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଘର ଏବଂ କାର୍ଯ୍ୟାଳୟର ଲାଇଟ୍ ସୁଇଚ୍ ଅଫ୍ କରି "ଆର୍ଥ ଆୱାର" ପାଳନ କରିବେ ।
୨୦୦୭ ମସିହାରୁ ଅଷ୍ଟ୍ରେଲିଆର ସିଡନୀରୁ ଏହି ଆର୍ଥ ଆୱାର ପାଳନ ହୋଇ ଆସୁଛି । ଏହା ୱାର୍ଲଡ୍ ୱାଇଲଡ୍ ଲାଇଫ୍ ଫଣ୍ଡ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ବିଜୁଳି ସଂରକ୍ଷଣ, ପୃଥିବୀର ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପାଇଁ ଏହା ପାଳନ କରାଯାଇଥାଏ ।