ବାଲେଶ୍ୱର: ଲଘୁଚାପ ଜନିତ ବର୍ଷା ପ୍ରଭାବରେ ସୁବର୍ଣ୍ଣରେଖାରେ ବର୍ଷା ଜଳ ବିପଦ ସଙ୍କେତ ପାର କରିଲାଣି । ସୁବର୍ଣ୍ଣରେଖା ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଲାଣି । ଯାହା ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ରାଜଘାଟରେ ବିପଦ ସଙ୍କେତ ଉପରେ ନଦୀର ଜଳସ୍ତର ସକାଳ ୭ଟା ସୁଦ୍ଧା ସୁବର୍ଣ୍ଣରେଖା ୧୦.୮୩ ମିଟର ପ୍ରବାହିତ ହେଉଛି । ଯାହା ଫଳରେ ଭୋଗରାଇ ବ୍ଲକ୍ର ୧୫ ପଞ୍ଚାୟତର ୩୦ଟି ଗାଁ ପ୍ରଭାବିତ ହେଉଛି । ବନ୍ୟା ପାଇଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରବାହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି ।
ଅନ୍ୟପଟେ ଜଳକା ନଦୀର ବନ୍ୟାଜଳ ବସ୍ତା ବ୍ଲକ ମଥାନିଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବସ୍ତା ବ୍ଲକର ୧୦ଟି ଗାଁ ଜଳକା ବନ୍ୟା ଜଳରେ ପ୍ରବାହିତ ହେଉଛି । ଲୋକଙ୍କ ଘରେ ବନ୍ୟା ପାଣି ପଶିବା ସହିତ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଲୋକେ ବସବାସ କରୁଛନ୍ତି ।